STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଆଉ ରହି ହେଉନି

ଆଉ ରହି ହେଉନି

1 min
8


ନୀତି ନ୍ଯାୟ ଧର୍ମ ଆଦର୍ଶ ବ୍ଯବସ୍ଥା

ସମାଜର ମେରୁଦଣ୍ଡ 

ଜୀବନ ଧାରଣ ଅଟଇ ସମ୍ଭବ

ସଂସ୍ଥିତି ଯଦି ସୁଦୃଢ ।

ଗ୍ରାସିଯାଏ ଯେବେ ମିଥ୍ଯା ମାୟା ମୋହ

କ୍ଷମତା ଅର୍ଥ ଲାଳସା

ରହିବନି ଆଉ ନିଃଶ୍ବାସ ଉପରେ

କାହାର ଭରସା ଆଶା ।

ବଢିବ ଅନୀତି ପାପ ବ୍ଯଭୀଚାର

ମାତିବେ ଦୁର୍ଜନ ଦୁଷ୍ଟ

ଖାଇଯିବେ ଲୁଟି ଧନମାନ ଖଣ୍ଟ

ରାଜନୀତି ହେବ ଭ୍ରଷ୍ଟ ।

କ୍ଷଣିକ ପାର୍ଥିବ ସୁଖ ଲାଭ ପାଇଁ

ହିତାହିତ ଜ୍ଞାନ ଭୁଲି

ଅନଳେ ପତଙ୍ଗ ହୋଇ ମତିଭ୍ରମ

ଯାଏ ଜଳି ଦିଏ ଜାଳି ।

ଜଗତର ହିତ କଲ୍ୟାଣ କାରଣେ

ଜୀବନ ନହେଲେ ବ୍ରତୀ

ରହିହେବ ନାହିଁ ଆଉ ଏ ପୃଥ୍ବୀରେ

ବିଲୀନ ହୋଇବ ସୃଷ୍ଟି ।

ଅମୃତ ସମ୍ଭବ ମହାର୍ଘ ଜୀବନ

ବିଶ୍ବର କଲ୍ଯାଣ ହେତୁ

ସଂଜ୍ଞାନୁ ମଣିଷ ହେଉ ନିବାରିତ

ବିନାଶ ଧ୍ବଂସ କୁପଥୁ ।

    


Rate this content
Log in

Similar oriya poem from Tragedy