STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଡ୍ୟାସ୍ କରିଦେବ କି ?

ଡ୍ୟାସ୍ କରିଦେବ କି ?

1 min
9


ଶରତ ସଂଧ୍ୟାରେ ସମସ୍ୟା ଶତାଧିକ

ମଶାଙ୍କର ଅଭଦ୍ର ଉପଦ୍ରବ ଅନେକ

ଡେଙ୍ଗୁର ଆତଙ୍କରାଜ ତତେଃଧିକ


ଛାତ ଉପରେ ବସି ହେଉନି କି

ତାଜା ପବନ ବି ପେଟେ ଖାଇ ହେଉନି

ମନକୁ ବାରମ୍ଵାର ପାପ ଛୁଉଁଛି

ନାନା ପାଟେକରଙ୍କ ଫିଲ୍ମୀ ସଂଳାପ 

ଏକ ମଚ୍ଛଡ ଆଦମିକୁ ହିଁଜଡ଼ା ବନାଦିଆ

ମଶାଙ୍କର ପାଗଭିଡ଼ା କାମୁଡ଼ା

ମୋତେ କଣ ସତରେ ଡ୍ୟାସ୍‌ କରିଦେବ କି ?


ଗୋଡ଼ ଫୁଲି ପକେଇଲେଣି

ରକ୍ତ ବହେ ଶୋଷିନେଲେଣି

ପେଟେ ପେଟେ ଖାଇସାରିଲେଣି

ମୋଟା ହୋଇ ଉଡିଲେଣି

ଡେଣା ଝାତି ସାରିଲେଣି

ତଳେ ପଡ଼ି ଗଡିଲେଣି

ଡାମୁକା ପଛ ମୋଟା କରି ବସିଲେଣି


ରାଗରେ ବହେ ଗରଗର 

ହାତରେ ଚଟକଣୀ ଚାପଡ଼

ପାଦରେ ଚପଲ ଗୋଇଠା ମାଡ଼

ଦୁଇ ଚାରିଟା ବଧ କରିବାର ଖୁସି ପାହାଡ଼

ତିନି ଚାରିଟା ଉଡି ପଳେଇବାର ବିଫଳତା

ଆଗରେ ପାଣିଚିଆ ପରାଜୟ ଧୂଳିଝଡ

ଯେମିତି ଭାଙ୍ଗିଗଲା ଗର୍ବର ପାମ୍ପଡ


ମନରେ କିନ୍ତୁ କ୍ଲୀବଲିଙ୍ଗ ହେବାର ଭୂତ ସବାର

ଛକ୍କା ହିଞ୍ଜଡ଼ା ହେଇ ଯିବାର

ଭୟ ଶତବାର

ଛାତିରେ ଛନକା ପଶିଲାଣି କେତେଥର

ଯଥେଷ୍ଟ ରକ୍ତ ମଶାମାନେ ଖାଇ ଯେ ଫେରାର


ଟ୍ରାନସ୍ ଜେଣ୍ଡର ଯଦି ହୋଇଯାଏ

ଟ୍ରେନ୍ ରେ ପଇସା ମାରିବି

ଟୋଲ ଗେଟ୍ ପାଖରେ ହାତ ପଡେଇବି

ଟ୍ରାଫିକ୍ ନାଲି ସିଗନାଲ ବେଳେ

ଯଥେଷ୍ଟ ପ୍ରସାଧାନ କରି

ଆଙ୍ଗୁଳି ମଝିରେ 

କିଛି ଦଶ କୋଡ଼ିଏ ନୋଟ ଧରି

ଖାଲି ଏକଡ଼ ସେକଡ଼

ଧାଁ ଧପଡ଼ 

ଗର ଗର ଚଡ ଚଡ

ଅସଭ୍ୟ ଦୋ ଅକ୍ଷରୀ

ସହିତ ଚୁମା ଝଡ


ଆଉ ଭାବି ପାରିଲିନି 

ଡରରେ ଜଡ଼ସଡ଼ ହେଲିଣି

ପେଳେହିଟା ପାଣି ପାଟିଲାଣି

ଭୟ ଟା ମୁଣ୍ଡରେ

ବିକ୍ରମ -ବେତାଳ ପରି 

ସବାର ହେଲାଣି

ପ୍ରଶ୍ନୋତ୍ତରୀ ଆରମ୍ଭିଲାଣି


ବୋଉ ଡାକୁଥିଲା

ପଖାଳ ବାଢିଲାଣି ବୋଧେ

ତା ଟିଭି ସିରିଏଲ ବୋଧେ ସରିଲାଣି

ବାପାଙ୍କ ନିଉଜ ଦେଖା ଆରମ୍ଭ ହେଲାଣି


Rate this content
Log in

Similar oriya poem from Tragedy