STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ବାକି ରହିଗଲା

ବାକି ରହିଗଲା

1 min
16


ଜୀବନ ପଥରେ ବାଟ ଚାଲୁ ଚାଲୁ

ସପନ ମାନଙ୍କ ଭିଡ଼

ବାକି ରହିଗଲା ସୁନେଲୀ ସପନ

ପ୍ରତାରଣା ର ତ ଏ ଗଡ଼ |


ବାକି ରହିଗଲା ଆଦର୍ଶ ଭାବନା

ରୂପ ନେଇ ପାରିଲାନି

ସେ ଭାବନା ମୋର ମୁରୁଖ ପଣିଆ

ସର୍ବେ କାଳେ କହିଲେଣି |


ବାକି ରହିଗଲା ଆତ୍ମାର ଡାକରା

ବାଧକ ମାନଙ୍କ ଭିଡ଼

କେବେ ଅର୍ଥ ବାଧା କେବେ ପରିସ୍ଥିତି

ମନେ ଉଠୁଥାଏ ଝଡ଼ |


ଜୀବନକୁ ଯେବେ ବଗିଚା ଟେ ଭାବି

ସଜାଇବାକୁ ଭାବିଲି

ଆପଣା ପରର ସଂଜ୍ଞା ସରହଦେ

ନିଜେ ମୁଁ କ୍ଷତାକ୍ତ ହେଲି |


ପରିବାର ଟିକୁ ସ୍ୱତନ୍ତ୍ର କରିବି

କେତେ ସ୍ବପ୍ନ ଦେଖୁ ଥିଲି

ବାକି ରହିଗଲା ସପନ ମୋହର

ଭିତରେ ଖାଲି ଜଳିଲି ।


ସ୍ନେହ, ପ୍ରୀତି ଦେଇ ପ୍ରେମ ପରଶି ଯେ

ମାଟିରେ ବୈକୁଣ୍ଠ ସ୍ବପ୍ନ

ବାକି ରହିଗଲା ଅଧା ଗଢ଼ା ହୋଇ

ବେଦନାରେ ସିକ୍ତ ମନ |


ମନର ଅଗଣା ବେଦନା ମାଖା ଯେ

ଖୋଜି କାହାକୁ ପାଏନି

ଅକୁହା ବେଦନା ଅଶ୍ରୁ ସିକ୍ତ ମନ

କାହାକୁ ବା ଦେଖାଇବି ।


ବାକି ରହିଗଲା ମଣିଷ ଜୀବନ

ସାର୍ଥକତା ର ସପନ

ଭାବନାରେ କେତେ ସ୍ମୃତି ସଇକତ

କେତେ ବା ସନ୍ତୋଷ ଧନ |


ଜୀବନଟା ପରା ବାକି ଖାତାଟିଏ

ପଇଠ ନାମ ନିଏ ନି

ହେଲେ ଆମେ ପରା ଏ ସୃଷ୍ଟିରେ ଶ୍ରେଷ୍ଠ

ଜୀବନ କି ବୁଝିବାନି !


ବାକି ରହିଗଲା କେତେ ଯେ ରାଗିଣୀ 

ସୁର, ତାଳ, ଲୟ ହଜେ

ବାକି ରହିଗଲା କେତେ ଛିଣ୍ଡା ମନ

ଯୋଡ଼ିବାର ଇଚ୍ଛା ଖୋଜେ l


ଜୀବନ ଚାଲିଛି ତା ନିଜ ରାସ୍ତାରେ

ଲାଗୁଛି ଅନେକ ବାକି

ଶମନ ର ଚିଠି କେବେ ପହଞ୍ଚିବ

ସେ କଥା କହି ହେବ କି ?


ବେଳ ଥାଉ ଚାଲ ଆମ ବାକି ଖାତା

ସତ୍କର୍ମ ରେ ଭରିଦେବା

ମଣିଷ ଜୀବନ ସାର୍ଥକ ହୋଇବ

ସନ୍ତାପ ଯେ ନ କରିବା |


ବାକି ଜୀବନକୁ ବାକି ହତାଶାରେ

ଆଉ ଭିଜାଇବା ନାହିଁ

କର୍ମ, କର୍ତ୍ତବ୍ୟର ଜୀବନ ଭିତରେ

ଖୁସୀ ଯେ ସାଉଁଟି ବଇଁ |


ବାକି ରହିଗଲା ସେ ନେଇ ଯେ ଆଉ 

ସନ୍ତାପ କରିବା ନାହିଁ

ଯେତିକି ଆୟୁଷ ବାକି ରହିଅଛି

ପିୟୁଷ ଢ଼ାଳିବା ଭାଇ ।



Rate this content
Log in

Similar oriya poem from Tragedy