ସ୍ମୃତି
ସ୍ମୃତି


ସ୍ମୃତି ଚିର ମଧୁସ୍ରାବୀ
ଉଛୁଳା ଯୌବନ ଦେହୀ
ବସନ୍ତପୁଳକ ଭରା ବିମଳଧାରା
ଶାରଦୀୟ ପୂର୍ଣ୍ଣଗର୍ଭା ଭୂମି
ହେମନ୍ତର ନୀହାର ମୁକ୍ତା ।
ଶୀତ ପ୍ରାତଃ ତାପନି ପସରା
ନିଦାଘର ହୁଲ୍ କେ ଥଣ୍ଡା ବାଆ
ବର୍ଷା ସୁନ୍ଦରୀର ଶ୍ଯାମ ଶାଢୀ ଶୋଭା
ଶ୍ରାବଣୀର ଆଖିସୁଖଭରା
ଟିକେ ଜହ୍ନ ଦେଖା ।
ନୂଆଁଖାଇର
ଭାରି ସୁଆଦିଆ ସମ୍ପର୍କ ନିଆରା
ସ୍ମୃତି ମୋର ତାର ଓ ତୁମର
ରସଭରା ମଧୁଝରା
ଦୁଃଖେଥରା ଓଠ କୋଣେ
ମୃଦୁହାସ ଅନୁପମ ଉତ୍କଣ୍ଠିତ ଆନନ୍ଦର ଧାରା ।