STORYMIRROR

Ramesh Chandra Pasaet

Romance Classics Inspirational

3  

Ramesh Chandra Pasaet

Romance Classics Inspirational

ବିସ୍ଫୋରଣ

ବିସ୍ଫୋରଣ

1 min
153


 

 ସ୍ମୃତିରେ ମୋ ହିରୋସିମା ନାଗାସାକିର

 ନିଛକ୍ ପ୍ରତିବିମ୍ବ

 ଦକ୍ ଦକ୍ ହୋଇ ଜଳି ଯାଉଛି ତନ୍ତ୍ରୀ

 ମର୍ମେ ମର୍ମେ କୁହେଳିକା

 ମରୀଚିକାର ସ୍ବପ୍ନ-

 ଅଙ୍ଗେ ଅଙ୍ଗେ ବ୍ୟଙ୍ଗଛଟା ।

 ତୁମର ତ ଦେଖା ନଥିଲା

 ମେଟ୍ନିର ପର୍ଦ୍ଦା ଫାଙ୍କେ ହସି ହସି

 ଚଳଚ୍ଚିତ୍ରର ପୂର୍ଣ୍ଣଛେଦ ଆଙ୍କିଲ

 ବାକି ରହିଗଲା ତୁମ ଛବି

 ମୋ ସ୍ମୃତିର ଭଗ୍ନସ୍ତୁପ ...।


 ଆଦର୍ଶ ଅନାଦର୍ଶ ଭିତରେ

 ନାହିଁ ନୋହିଥିବା ଘଟଣା

 ହୃତପିଣ୍ଡର ଧଡ୍ ଧଡ୍ ଶବ୍ଦ ,

 ନିଦରେ ,ଜାଗ୍ରତରେ ତମେ ଆସ ବୋଲି

 ଆଖିର ଲୁହ ଲହୁରେ ମିଶିଯାଏ ।

 ତଥାପି ଅନାଦର କରିନି

 ସହିଛି ଖାଲି ଯନ୍ତ୍ରଣାର ଝାଳବୁହା ଆନନ୍ଦ

 କାମନା କରିଛି ସ୍ବର୍ଗସୁଖ

 ଆଡମ୍ବର ସଂସାର ତୁମର...।


 ନୀଳ ଆକାଶ ବକ୍ଷରେ

 ଝରଣାର ସରଳ ଚାହାଁଣିରେ

 ଏବଂ ସାଗରର ଭୀମ ନିନାଦରେ

 ତୁମ କଥା ଭାବି ଭାବି

 ଧିମେଇ ଗଲା ଧମନୀ

 କମିଗଲା ଶ୍ବାସକ୍ରିୟା

 ସୁପ୍ତ ମହାସୁପ୍ତ

 ଶୂନ୍ୟରୁ ମହାଶୂନ୍ୟ

 ଦିଗରୁ ଦିଗନ୍ତ ବ୍ୟାପି

 କେବଳ ବିସ୍ଫୋରଣ ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance