STORYMIRROR

Ramesh Chandra Pasaet

Romance

3  

Ramesh Chandra Pasaet

Romance

"ପ୍ରଶାନ୍ତିର ଉପକ୍ରମ "(ସଫଳତା)

"ପ୍ରଶାନ୍ତିର ଉପକ୍ରମ "(ସଫଳତା)

1 min
234


ପ୍ରତିଟି ପ୍ରତୀକ୍ଷା ପ୍ରହେଳିକା ନୁହେଁ ପୂର୍ଣ୍ଣ ହେଲା ଆଜି ପ୍ରିୟତମ

ପ୍ରକାଶୁ ନ ଥିଲି ପ୍ରୀତି ଲାଜେ ସିନା ପ୍ରେୟସୀ ହେବାକୁ ଚାହେଁ ତୁମ ।


ପ୍ରେମ ସପନରେ ପୁଲକିତ ମୁଁ ଯେ ପ୍ରାଣ ଭରି ଗାଏ ତୁମ ନାମ

ପ୍ରେମ ପାଗଳିନୀ ପରି ହେଉଥିଲି ପାଇବି ବୋଲି ହେ ପ୍ରିୟତମ

ପବିତ୍ର ଲଗନେ ପ୍ରେମ ନିବେଦନେ ପ୍ରୀତି ବାଣୀ ଆହା ଶୁଣେ ତୁମ

ପରମ ଆନନ୍ଦେ ପ୍ରଣୟର ଛନ୍ଦେ ପ୍ରଶାନ୍ତିର ହୁଏ ଉପକ୍ରମ 


ପ୍ରେମ ଅନୁପମ ପ୍ରେମିକ ପରମ ! ପ୍ରାଣବନ୍ଧୁ ତୁମେ ସର୍ବୋତ୍ତମ

ପଙ୍କଜ ବଦନ ପୁରୁଷ ପ୍ରଧାନ ପରମ ଶାନ୍ତିର ପୁଣ୍ୟଧାମ

ପିରତି ପରଶି ପରାଣ କଳସୀ ପୂରାଅ ହେ ପ୍ରିୟ ମନସ୍କାମ

ପଞ୍ଚପ୍ରାଣ ମୋର ପୂଜାଫୁଲ ହୋଇ ପ୍ରସରିବ ସୁବାସ ଅସୀମ 


ପ୍ରେମ ପ୍ରବାହରେ ପାଦ ଧୋଇଦେବି ପତିତୃପ୍ତି ପତିବ୍ରତା ଧର୍ମ

ପତିପାଦଛାୟା ପୋଛେ ସବୁ ମାୟା ପଙ୍କିଳ ଜଞ୍ଜାଳ ମତିଭ୍ରମ

ପ୍ରତିଦିନ ପ୍ରୀତି ପବିତ୍ର କର୍ମରେ ପୂର୍ଣ୍ଣ ହେବ ମୋର ପରିଶ୍ରମ

ପ୍ରାଣର ଈଶ୍ୱର ପ୍ରଣାମ ଘେନ ହେ ପ୍ରିୟ ,ତୁମେ ମୋର ସ୍ୱର୍ଗଧାମ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance