ନବବଧୂର ଉକ୍ତି
ନବବଧୂର ଉକ୍ତି


ଧାର କରଜର ଭାର ବାପାଙ୍କ ପିଠିରେ
ତାରାଧଡି ଶାଢୀ ପିନ୍ଧି
ମୁଁ ତୁମ ଘର ଆସିବା ଆଗରୁ
ମୋ ମାଁ ତା ସବୁ ସ୍ନେହ ମମତା ଆଦର
ଟେକିଦେଲା ତୁମରି ହାତରେ ା
ମୋ ହାତରେ କେଇଖଣ୍ଡ ଶଙ୍ଖା ଓ
ସୀମନ୍ତରେ ଗାରେ ସିନ୍ଦୁର ହେତୁରୁ
ସଂଯୋଗ ଓ ବିୟୋଗର ଧାରା
ଟପ୍ ଟପ୍ ଝରୁଥିଲା ତା ଆଖିରୁ
ମଧୁ ବିନ୍ଦୁ ମହୁଫେଣାରୁ ଅବା
ରକ୍ତ ପାଣି ହୋଇ ଅଚିହ୍ନା ହୃଦକନ୍ଦରରୁ....।
ଶାରଦୀୟ ଝଡିବର୍ଷା ଓ ବତାସ
ଜୀବନ ଅରଣ୍ୟ ଠାରୁ କେତେ ଭୟାବହ
ବାହନ୍ତିକ ମଳୟ, କୋଇଲିର କୁହୁ କୁହୁ
ମନର ପ୍ରଶାନ୍ତି ଠାରୁ କିବା ସୁଖପ୍ରଦ ା
ଏ କଥା ବୁଝିବାର ଶକ୍ତି ନାହିଁ ଯେବେ
ହେ ଈଶ୍ବର ! କି ରୂପେ ?
ତୁମ ଖୁସିର କବିତା ବୁଝି ବୁଝାଇବି
ମୁଁ ତ ନିହାତି ମଫସଲର ଝିଅ ା
ତୁମେ ଯଦି ଜ୍ୟୋତି ହୋଇ କହୁଥିବ କଥା
ଅନ୍ଧୁଣୀ ହୋଇ ମୁଁ ଭୀମ ଭୋଇ ପରି
ଲେଖିବି ତୁମର ଭକ୍ତି କବିତା ା
ପ୍ରଗତି ପତାକା ପବନରେ ଢେଉଭାଙ୍ଗି
ଆକାଶକୁ ଛୁଇଁବ
ତୁମେ ଦେଉଥିଲେ ଚାହିଁ
ଏକ ତାନେ ହଜିଯିବା,--
ଗାଇ ଗାଇ ଅମୃତ ସଙ୍ଗୀତ ବର୍ଣ୍ଣାଳି
ପ୍ରେମମୟ ସ୍ନିଗ୍ଧ ଏଇ ଦୁନିଆଁର ବକ୍ଷେ ।
ନାହିଁ କିଛି ଜାନିଯଉତୁକ
ଅନ୍ତହୀନ କାମନାକୁ କରିବାକୁ ବଶ
ଲାଞ୍ଚ ଦେଇ ଦୃଢ ପ୍ରତିଶୃତି ଓ ଚାକିରି ବିଶ୍ବାସ ,
ମୁଁ କିନ୍ତୁ ଦୃଢ ପ୍ରତିଜ୍ଞାବଦ୍ଧା
ତୁମ ସୁଖ ଦୀପ ପାଇଁ
ତୈଳ ସଲିତା ହୋଇ ମୁଁ ଜଳିବି
ଜୀବନର ବ୍ରତ ମଣି....।
ତୁମେ ତ ମୋ ଦୀର୍ଘ ପରମାୟୁ
ସୁଖ ସମ୍ପଦ ଓ ସବୁକିଛି
କୁହ ପ୍ରଭୁ !
ଆଉ ଦେବାକୁ ତୁମକୁ
କି ଅବା ରହିଛି ବାକି...?