STORYMIRROR

Ramesh Chandra Pasaet

Inspirational

3  

Ramesh Chandra Pasaet

Inspirational

ଅଜଣା କେହି

ଅଜଣା କେହି

1 min
211


 ଅନ୍ଧକାର ଅପସରି ଆସିଲା ନବ ପ୍ରାତଃ

 ପ୍ରଭାତୀ ଶଙ୍ଖ ଶୁଭିଲା ଦିବସ ଉପଗତ

 ସ୍ମିତବଦନାର ବାଣୀ ସୁମଧୁର ସରସ

 ଏବେ କେମିତି ଲାଗୁଛି କହିବ କି ମାନସ ?


 ନା ନା ମୁଁ ମାନସ ନୁହେଁଁ ତାପସ ମୋର ନାଆଁ

 ତୁମ ସଞ୍ଜୀବନୀ ଯତନେ ଦେଖେ ନୂଆ ଦୁନିଆଁ

 ଶୁଣ ଗୋ ଅପୂର୍ବା ତାପସୀ ମୁଁ ଅଜଣା ମଣିଷ

 ଦିବସ ରଜନୀ ଜଗି ମୋତେ ଦେଲ ଆୟୁଷ


 ଶବ୍ଦଶୂନ୍ୟ ମୁଁ ତୁମକୁ ଦେବାକୁ ଧନ୍ୟବାଦ

 ମୋ ପାଇଁ ସହିଛ ନିଶ୍ଚେ ଅସଂଖ୍ୟ ଅପବାଦ।

 ବାମା ଭାଷେ ଆଜି ତୁମ ସ୍ମୃତି ଫେରିଲା ଜାଣି

 ଅପବାଦ ପାଲଟିଲେ ପରମାନନ୍ଦ ଖଣି ାା


 ଅଚିହ୍ନା କେହି କରିଛି ଆପଣାର କର୍ତ୍ତବ୍ୟ

 ଯାଅ ହେ ତାପସ ! ସେ ଯେ ଭୋଗିବ ଭବିତବ୍ୟ


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational