ସପନ ରହସ୍ୟ
ସପନ ରହସ୍ୟ


ଏ ସେହି ତରୁ ଚୂମ୍ବିତ ପୃଥୁଳ ପୋଖରୀ
କେଇ ଗୋଟି ସ୍ଥଳପଦ୍ମ ,ରକତ ପଳାଶ
ଫିକା କୃଷ୍ଣଚୂଡାର ଚିରାଚିରା ପାଖୁଡା
ତା ହିଡର ଶାଢୀଧଡି ରହିଛି ଆବୋରି ।
ଏଠି ନାରୀ ପୁରୁଷର ଭେଦ ଭାବ ନାହିଁ
ହିଡ ଆରପାରେ ଦିନେ ସକଳେ ଯାଆନ୍ତି ଜଳି
ବେଳେ ବେଳେ ଏହି ଧୂସର ରାଇଜେ
ଶୃଗାଳ ଓ କୁକୁରଙ୍କ ଭୋକିଲା ଚିତ୍କାର
ଜିଅନ୍ତା ମଣିଷ ଦେଖି,
କୁଢକୁଢ ପୁରୁଣା ଶବସ୍ଥ ମାଟିରେ ।
ଆଜି ଏକ ନୂତନ ଶବ ଟେମ୍ଫୁଚାଳକର
ତିନିଝିଅ ଆସନ୍ନ କିଶୋରୀ
ଆଧୂନିକା ଘରଣୀର ପ୍ରେମପକ୍ଷୀଠାଣି ,
ବାଆଁ ପାଖେ ଅନତି ଦୂରରେ
ଠିକେ ଠିକେ ବସିଛନ୍ତି ପୂର୍ବମୁଖ କରି ।
କୁଢକୁଢ ଛବିଳ ଦେହଧାରୀ ମଣିଷ
ଶବ ପ୍ରତି ବିତସ୍ଫୃହ, ଛୁଇଁବାକୁ ନାରାଜ
ଏ ସମୟେ ମୋ ଜାତିର ଦୁଇଜଣ ଭାଇ
ଶବର ସତ୍କାର ପାଇଁ ଆଗୁସାର ହୋଇ
ଆସନ୍ତେ ବିରୋଧ କଲେ-
ଶବ ପରା ଅଟେ ହୀନ ଜାତି ।
ଆରଦୃଶ୍ୟ-
ମାତିଅଛି ଦ୍ବିତୀୟା ଘରଣୀ ତାର ଆଳାପ ସୁଆଙ୍ଗେ
ବେଲୁନ୍ ପରି ବକ୍ଷୋଜକୁ ଉଠାଇ ପକାଇ
ସ୍ବାମୀର ଅନୁପସ୍ଥିତିରେ
ଯା ସଙ୍ଗରେ ରାସଲୀଳା ମହୁଳବଣରେ ।
ଆଜି ତାର ପୁନର୍ଜନ୍ମ
> ନାହିଁ କିଛି କଟକଣା ସାଙ୍ଗ ପାଙ୍ଗ ସାଥୀମିଳନରେ
ଅଛି ଅଳ୍ପ ମାତ୍ର କାଚହୀନ ହାତ
ଜାତିସ୍ମର ରୂପେ ।
ନ ମାନି ସେ କୁତ୍ସିତ ନିୟମ
ମାଟିର ପଣତ ଚିରି ତାକୁଦେଲି ପୋତି
ତା ବକ୍ଷରେ ତୁଳସୀର ଚାରା
ଅଳପ ଦିନେ ମେଳିବ ପସରା ା
ଏ ବେଳରେ,
ବାୟବ୍ୟ କୋଣରୁ ଶୁଭିଲା ସ୍ବଷ୍ଟ ଘୁମନ୍ତ ଶବଦ-
"ମିଳିବ ବିଧବା ଭତ୍ତା ନ ହୁଅ ଅଥୟ"
ଧାଇଁଯାଇ ଦରହସା ମରଦ
କହିଲା ସେ ବଡ ଝିଅ କାନତଳେ
ଏହା ଥିଲା ଆମରି ଉଦ୍ୟମ,
ବିସ୍ମିତ ଗମ୍ଭୀର ସେ ପରୀର
ଛକ୍ କିନା ଚିରିଗଲା ଯୁକ୍ତ ଓଠକୋଣ ।
ବୁଢା ବାପ, ଆରଦୃଶ୍ୟ କରୁଣ ଚରିତ୍ର
ଜ୍ବଳନ୍ତ ନିଆଁର ପାଖରେ
ଝରାଉଛି ଲୋତକ ରୁଧିର
ମୁଁ ଥାଉଁ ଥାଉଁ ପୁଅ ଗଲା ମରି
ଏ କି ଅବିଚାର ।
ଆର ଦିନ ସକାଳୁ ମୋ ଭଉଣୀ
ବର୍ଗଚିତ୍ର ପତ୍ର ଖଣ୍ଡେ ଦେଇ ହୋଇଗଲା ତୁନି,
ଚିଠି କହେ-
୪ ତାରିଖକୁ କାର୍ଯ୍ୟ ହେବ
ମାଖୁନୁ ଯାଇଛି ମରି ।