STORYMIRROR

Ramesh Chandra Pasaet

Others

3  

Ramesh Chandra Pasaet

Others

ଅନୁତାପ

ଅନୁତାପ

1 min
478

  ପୋଛିଦିଅ ତାର ଲୁହ ନିଜ ହାତେ କନ୍ଦଇଛ ଯାକୁ ତୁମେ

 ବୁଝିପାର ଯଦି ମନ୍ଦ କରିଅଛ ଅବିବେକୀ କୃତକର୍ମେ

 ମୂଢପଣ ତୁମ ଯଦି କା ହୃଦୟେ ଦେଇଛି ଗଭୀର ଦୁଃଖ

 ମଧୁର ବଚନେ ଦୂରକର ତାକୁ ନିଜକୁ ନିଜେ ପରଖା


 ଅନୁତାପ ଠାରୁ ବଡ ଦଣ୍ଡ ଭାଇ ଆଉ କିଛି ନାହିଁ ଭବେ

 ଯଦି ଅନୁତାପ ଅନ୍ତର ଛୁଇଁଛି ଅବାଧିତ ଅନୁଭବେ

 ପ୍ରାୟଶ୍ଚିତ ଭାବ ଆପେ ପ୍ରାଣ ପାଏ ଭାବନାର ବଳୟରେ

 ବିକ୍ଷୁଣ୍ଣ ମାନସେ ବିଶ୍ୱାସ ପରଶେ ମୂଢପଣ ଦୂରକରେ


 ଯେ କାରଣ ହେତୁ ଅନୁତାପ ବହ୍ନି ଜଳୁଛି ଅନ୍ତର ଭେଦି

 ପୁଣି କରିବାକୁ ଭ୍ରମ ନୋହୁ କେବେ ସଙ୍କଳ୍ପର ବନ୍ଧ ଛେଦି

ଯଦି ସେ ଅକୃତ୍ୟ କଲା ଆଧିପତ୍ୟ ବୁଝିବାକୁ ହେବ ତେବେ

 ନିଜକୁ ନିଜର ଛଳନା ହିଁ ଥିଲା ଅନୁତାପ ନୁହେଁ କେବୋ


 ଅନୁତାପ ଦିଏ ନବଜୀବନର ରସମୟ କାୟାକଳ୍ପ

 ଅକୃତ୍ୟକୁ ତ୍ୟଜି କୃତ୍ୟେ କରେ ବ୍ରତି ବଢାଏ ଦୃଢ ସଙ୍କଳ୍ପେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍