STORYMIRROR

Ramesh Chandra Pasaet

Romance Classics Others

3  

Ramesh Chandra Pasaet

Romance Classics Others

ଉନ୍ମିଦ୍ର ଅଭିନେତା

ଉନ୍ମିଦ୍ର ଅଭିନେତା

1 min
190


 ଆଜି ଠିକ୍ ମନେ ପଡୁଛି ମୋର କୃତକର୍ମ

 କେତେ ଉତ୍କଣ୍ଠାରେ ମୁଁ ବୁଡିଥିଲି

 ରୂପ ପାରାବାରେ

 ମଜ୍ଜିଗଲି ତା ଇସତ୍ ଅଧର ଭଙ୍ଗୀରେ..

 ଏବେ ସେ ବିଶ୍ବାସର ସ୍ନିଗ୍ଧ ଛାୟା ବି ନାହିଁ

 ନା ତୁମକୁ ପରଖିବାର ସମୟ...।


 ତୁମେ ଉଦ୍ଭାସିତ ହେଉଥିଲ

 ଚିତ୍ର ପ୍ରତିମା ପରି

 କଣେଇ ଚାହୁଁଥିଲ

 ପତ୍ର ଉହାଡର ଦରଫୁଟା ଫୁଲପରି

 ହସୁଥିଲ ତାରାମୁହଁରେ ଚନ୍ଦ୍ରିକା ପରି ...।


 ଗଢିଦେଉଥିଲ ସପନରେ ସୁରଭିତ ଇନ୍ଦ୍ରପ୍ରସ୍ତ

 ରତ୍ନମୟ ବାରୁଣାବନ୍ତ ବିବିଧ ରଙ୍ଗରେ

 କଥାରେ ଫୁଟାଉଥିଲ ଶିଳାପଦ୍ମ...

   

 ଅନ୍ତର୍ମୁଖୀ ଯୋଗୀଟେ ପରି

 ମୁଁ ହଜି ଯାଉଥିଲି ଚିଦାକାଶରେ

 ବହିର୍ମୁଖୀ ମଣିଷଟେ ହୋଇ

 ନାଚୁଥିଲି ଇପ୍ସିତ ପ୍ରାପ୍ତିରେ ...


 ଠିକ୍ ମନେ ଅଛି

 ତୁମର ସେ କଥା

 ପ୍ରେମଭରେ କହୁଥିଲ-

" ତୁମେ ମୋର ଅତି ଆପଣାର

ଶବ୍ଦାତୀତ ସମ୍ମୋହନ

 ତପସ୍ୟାର ଶ୍ରେଷ୍ଠ ଅଭିଷ୍ଟ" ,

 ମୁଁ ନୀରବି ଯାଇଥିଲି ସେ ମଧୁର ଉଚ୍ଛ୍ବାସରେ ।


  ଏବେ ତୁମେ,

  ଦୂର ଦିଗ୍ବବଳୟର ସେପାର ଗାଁରେ-

  ଉଦୟସୂର୍ଯ୍ୟର ଟିକିଲି ମାଖିଥିବା ଗ୍ରାମ୍ୟବଧୂ,

  ଆଉ ମୁଁ ମଞ୍ଚସ୍ଥ ନାଟକର ଉନ୍ମିଦ୍ର ଅଭିନେତା..


 ଓଃ ! ଏବେ ମୁଁ ବ୍ୟଥିତ, ଥକିପଡିଛି 

 ତଥାପି ତନ୍ଦ୍ରାନିଦରେ ସ୍ବପ୍ନ ଦେଖେ-

 ନିରୁଦ୍ଦିଷ୍ଟ ନାଟକର ଅସ୍ଥିର ଚିତ୍ରପଟ...।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance