STORYMIRROR

Ramesh Chandra Pasaet

Inspirational Others

3  

Ramesh Chandra Pasaet

Inspirational Others

ଶୁଭେଚ୍ଛା ଜନ୍ମ ଦିନର

ଶୁଭେଚ୍ଛା ଜନ୍ମ ଦିନର

1 min
323


ଶୁଭମସ୍ତୁ 

ସହସ୍ର ଜନ ଜୀବନରେ

ସ୍ବସ୍ତି ଓ ନିରାମୟର ଦିବ୍ଯଭାବ ଆଣୁ-

ତୁମର ସାଧନା

ମାଟି ବି ଏହା ଚାହେଁ

ପାଣି ପବନ ବି

ଜନତା ଜନାର୍ଦ୍ଦନ ତୁମ ଅଗଣାରେ 

ତାଙ୍କର ହସ ହେଉ ତୁମର ପୂଣ୍ଯ

ତାଙ୍କର ତୃପ୍ତି ହେଉ ତୁମର ପ୍ରାପ୍ତି ।


ଜଞ୍ଜାଳର ରୌଦ୍ରତାପ

ମାୟାର ଘନବଜ୍ରପାତ 

ପ୍ରତିବନ୍ଧକର ଆକ୍ରମଣ ଅସୁମାରି 

ପ୍ରଲୋଭନର ବ୍ଯୁହ ଭେଦି

ସକଳ ଅର୍ଗଳ ଭାଙ୍ଗି

ଆଖିର ଅଳନ୍ଦୁ ପୋଛି 

ଦେଖ ହେ ତୃତୀୟନୟନ ଫେଇ

ଅନନ୍ତ ମଧୁମୟ ବିଶ୍ବ

ତାର ଦିବ୍ଯପ୍ରେମ ସ୍ରୋତେ

ଚୈତନ୍ଯୋଦୟ ନିରାମୟ

ସ୍ବସ୍ତି ଶାନ୍ତି ପ୍ରୀତି ପ୍ରସ୍ରବିଣୀ

ନିତ୍ଯ ନୃତ୍ଯରତା

ସର୍ବକାମ୍ଯା ଅମୃତ ଆନନ୍ଦଲହରୀ ।


            ତୁମେ ଯିବ ଯେ ଆଗକୁ

            ପଛର ଅନ୍ଧାର କିନ୍ତୁ ନ ଗିଲୁ ତୁମକୁ

            କେ ଜାଣି ଫେରିବ କି ନାହିଁ ଆଉ ଥରେ 

            ପ୍ରଶ୍ବାସରେ

           ଜୀବନ ତେଣୁ କଳୁଷିତ ନହେଉ

            ଚାହିଦାର ବର୍ଣ୍ଣିଳ ମୁର୍ଚ୍ଛନାରେ

           ଠକିଯିବ ଯଦି ଭାବୁଥାଅ

            ତାର ପ୍ରାପ୍ତି ହିଁ

            ପାଇବାକୁ ଆନନ୍ଦଲହରୀ ।

            ଶୁଭମସ୍ତୁ  

            ନିଷ୍ଠାଜାଗୁ

           କର୍ମବୀର ତାପସର ନିରୋଳା ବେଳାରେ

         ଅବଗାହି ଆନନ୍ଦଲହରୀ ।

           


Rate this content
Log in

Similar oriya poem from Inspirational