STORYMIRROR

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଅକୁହା କଥା

ଅକୁହା କଥା

1 min
139

ଅକୁହା ସେ କଥା ହୃଦେ ଦିଏ ବ୍ୟଥା

ପଥର ପଡିଲେ ସହି

ସଂସାର ସ୍ରୋତରେ ବିବେକ ନାବରେ

ମନ ଯେ ନାବିକ ହୋଇ ll


ସାରଥୀ ପ୍ରାଣର ପତି ପ୍ରାଣେଶ୍ୱର

ନିଶାରେ ହୋଇ ମାତାଲ 

ପର ନାରୀ ହରେ ନିର୍ଯ୍ୟାତିତା କରେ

ମାଡ଼ ମାରି କଲବଲ ll


ଦାରୁଣ ସେ ଦୁଃଖ ନାରୀ ଦେହ ସୁଖ

ପର ପୁରୁଷକୁ ଚାହେଁ

ସନ୍ଦେହ ବଇରୀ ସୁଖ ଦିଏ ସାରି

ଅଣଚାଶ ଦୁଃଖ ବହେ ll


ବୋହୂର ଗଞ୍ଜଣା ଉଗ୍ରରେ ମାଜଣା

ଅଣ୍ଟି ନିଆଁ ରଡ଼ ବେଶୀ 

ପ୍ରେମ ବାତ୍ସଲ୍ୟର ମୂଲ୍ୟ ହତାଦର

ବାର୍ଦ୍ଧକ୍ୟରେ ଏକାଦଶୀ ll


ସେବାରେ ସନ୍ତାନ ବିଦେଶ ଗମନ

ଛପନ ଇଞ୍ଚିଆ ଛାତି

ବାର୍ଦ୍ଧକ୍ୟ କଠୋର ନିଃସଙ୍ଗ ସେବାର

ଏକୁଟିଆ ମରେ ନିତି ll


ପଇସାର ବଳେ ନିଶା ପଶା ଖେଳେ

ଅପଦାର୍ଥ ହେଲେ ପିଲା

ସମ୍ମାନ ଇଜ୍ଜତ ହୁଏ ଧୂଳିସାତ

ନିତି ଘରେ ହୁଏ ପାଲା ll


ଅକୁହା ବେଦନା ଝିଅ ଆନମନା

ଗୃହ ତ୍ୟାଗ ଅସଭ୍ୟତା

ହସର ଦୁନିଆଁ ଲାଗିଯାଏ ନିଆଁ

ଅକୁହା ମନର ବ୍ୟଥା ll


ଭାଇ ଯେ ରକ୍ତର ଭୁଲି ସମ୍ପର୍କର

ବଇରୀ ସାଜେ ଦାଣ୍ଡରେ 

କଥା ଅକୁହାର ନୁହେଁ କହିବାର

ଚିନ୍ତନେ ମଥାଟି ଘୂରେ ll


ସମ୍ପତ୍ତିର ମୋହ ମନର ଯେ କୋହ

ଅସ୍ୱୟା ସମ୍ପର୍କ ଛିଟା

ଅଶିକ୍ଷିତା ଗୁଣ ରାଜନୀତି ବାଣ

ଯନ୍ତ୍ରଣାରେ ନଟା ପଟା ll


ସଂସାର ହାଟରେ ମୋହ ଓ ମାୟାରେ

ସ୍ୱାର୍ଥଯେ ଆମ ସାରଥୀ

ଷଡ଼ ରିପୁ ରୋଗ ହୃଦ ଭାଗ ଭାଗ

କେହି ନୁହେଁ ଏଠି ସାଥି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational