STORYMIRROR

Bishwaranjan Tripathy

Romance

3  

Bishwaranjan Tripathy

Romance

ପାଗେଳି ପ୍ରିୟା ମୋର

ପାଗେଳି ପ୍ରିୟା ମୋର

1 min
233


ଟିକେ ସେ ବାୟାଣୀ , ପୁଣି ଟିକେ ସେ ଚାଲାକ।

ଟିକେ ସେ ଫୁଲେଇ, କେବେ ମୋ ସହ କରଇ ମଜାକ।।

ଅସୁମାରୀ ସ୍ୱପ୍ନ ତାର, ଆମ ଦୁହିଁଙ୍କୁ ନେଇ।

କାନ୍ଦେ ସେ ବେଳେ ବେଳେ, ଆମ ଭବିଷ୍ୟତକୁ ଚାହିଁ।।

ନିରୀହ,ସରଳ ଆଉ , ଭାରି ସାଧା ସିଧା।

ରାଗିଗଲେ କଥାକୁହେ, ମୁହେଁ ସିଧା ସିଧା।।

ଛୋଟ ଛୋଟ କଥାରେ ସେ, କରି ବସେ ଅଭିମାନ।

ମନାଇଲେ ନଥାଏ ତା ମୁହେଁ, ଅଭିମାନର ଚିହ୍ନ।।

ସୁନ୍ଦରୀ, ଚତୁରୀ ସାଥେ, ପୁଣି ଅଟେ ଭାରି ସ୍ନେହୀ।

ମନଦେଇ ଭଲପାଏ ବୋଲି ନିତି ହୁଏ କହି।।

ସମୟେ ସମୟେ ଏମିତି ପ୍ରଶ୍ନ କରୁଥାଏ ମତେ।

ବୁଝେନାହିଁ ଜମା ସିଏ,ବୁଝେଇଲେ ଯେତେ।।

ଛୋଟ ଛୋଟ କଥାରେ ତା, ଆଖିରୁ ଝରେ ଲୁହ।

କଷ୍ଟ କଥା କହିଦେଲେ ,ସମ୍ଭାଳି ପାରେନାହିଁ କୋହ।।

ଅଳସୁଆ ସାଥେ ପୁଣି ମିଛ କୁହେ ବେଳେ ବେଳେ।

କୁହେ ନାହିଁ ତାକୁ ମୁହିଁ, ମନ ଖରାପ କରିବ କାଳେ।।

ପାଠରେ, ଶାଠରେ ସେ ଯେ ସଦା ଏକ ନମ୍ବର।

ଅଛି ପୁଣି ତାର ପାଖେ କଳା ଭରପୁର।।

କୋକିଳ କଣ୍ଠ ସାଙ୍ଗକୁ ଚିତ୍ର ଆଙ୍କିବାର କଳା।

ସେ କଳାକୁ ଦେଖି ଗର୍ବେ ମନ ହୁଏରେ ବାଉଳା।।

ଗୀତରେ ଗୀତରେ ଲେଖିଦେଲି ମୋ ପ୍ରିୟାର ଗୁଣ।

ଭୁଲ ଥିଲେ ପ୍ରିୟା ମୋର କରିବୁନି ଅଭିମାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance