STORYMIRROR

Nrusingha Rout

Romance

3  

Nrusingha Rout

Romance

ବାସ୍ତବତା ଏକ ସ୍ଵପ୍ନ

ବାସ୍ତବତା ଏକ ସ୍ଵପ୍ନ

1 min
262


ମୁଁ ଆଜି ଅସମର୍ଥ ବୁଝିବାକୁ ଯୁଝିବାକୁ 

ଯେତେସବୁ ଅମାପ ଅନ୍ୟମନସ୍କତା 

ଉଜୁଡ଼ା ଉଛ୍ବାସ ଆଉ ଅତୀତର ଭାଷା,

ଭାରି ଫିକା ଫିକା ଲାଗେଏଠି ନୂତନତ୍ବ 

ପୁଣି ଆକାଂକ୍ଷିତ ଭବିଷ୍ଯତ ଆଶା ।।


ଅବିଶ୍ବାସର ହାତସବୁ ଲମ୍ବିଆସି

ଖିନଭିନ କରେ ମୋର ବିଦୀର୍ଣ୍ଣ ଅଭିପ୍ସା 

ନିଷ୍ଠୁରତାର କ୍ରୃର ଆଲିଙ୍ଗନ ଚକ୍ରବ୍ୟୁହ

ରଚୁଥାଏ ଅଭେଦ୍ୟ ଅଜସ୍ର ପାଖଣ୍ଡିର 

ପରାକ୍ରମ ଆସ୍ଥା ଜର୍ଜରିତ    ।।


ବତାସର ବହ୍ନି,ଝଡର ଇଗଲ

ଧୋକଖାଇ ଧିମେଇଯାଏ ଆତ୍ମପ୍ରତ୍ୟୟ 

ଅପଚେଷ୍ଟା କରୁଥାଏ ଅପାଶୋରା 

ଅନେକ ସପନ ଆକଟ କରିନପାରି

ଫେରିବାକୁ ବ୍ୟତିବ୍ୟସ୍ତ ହୁଏ ଇଛା 

ଅନୁନ୍ଯ କେଇମୁଠା ଅଶୃଳ 

ଆବେଗରେ ଉଛନ୍ନ ହେଉଥାଏ ମନ ।।


ଆଗକୁ ଯିବାର ରାସ୍ତା ଖାଲି 

ଲମ୍ବିଥାଏ ଆଗକୁ ଆହୁରି 

ଏକ ତତଲା ଦୀର୍ଘଶ୍ବାସ ରେ 

ମୋହଭଙ୍ଗ ହେଉଥାଏ 

ମୋର ବାରମ୍ବାର  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance