କୋହ
କୋହ
ମୁଁ କେବେ ଘୃଣା କରେନି
ତୁମ ଅବୁଝାପଣର ଆସ୍ଫାଳନ
କି ତୁମର ପ୍ରତାରଣାକୁ ।
ଭଲପାଇବାର ଆପଣାପଣର
ନିବିଡ଼ତାରେ ଇଛାକରେ
ଆଉଟିକେ ଆପଣେଇ ନେବାକୁ
ଯାହାସବୁ ଘଟିଥିବା ଭୁଲ୍ବୁଝାବଣା।
ସନ୍ଦେହ ଓ ସନ୍ଦିହାନରେ
କଟିଥିବା ମୂହୁର୍ତ୍ତ ମାନେ ଏଇ ଦେଖ
କେମିତି ଚୁପଚାପ କଥା କହନ୍ତି
ବାଡ଼ିରେ ପ୍ରଜାପତି ମହୁମାଛି ର
ପିରତି,ଫୁଲରେ ତୋରଣ ମହକି
ଯାଉଛି ଘର ଅଗଣାରେ ।
ଅଜାଣତରେ ପାଦ ଥାପି କେହିଜଣେ
ଆସିବାର ଅନ୍ୟମନସ୍କତା
ଡେଇଁ ଡେଇଁ ଯାଏ ରାତିପରେ ଦିନ
ସବୁବେଳେ ସମୟଟା କହୁଥାଏ
ତୁ କାହିଁକି ଏମିତି ବିବ୍ରତ
କେହିଜଣେ ତତେ ତ ଠିକ୍ ବୁଝିଛି !!!