ବିବାହ
ବିବାହ


ବିବାହଟା ନୁହେଁ ପିଲାଖେଳ ଆମ
ଅଟେ ପବିତ୍ର ବନ୍ଧନ
କନକ ବେଦୀରେ ଧର୍ମ ସାକ୍ଷୀ ରଖି
ଯୋଡ଼ି ହୁଏ ଦୁଇ ମନ ।
ପରସ୍ପର ମଧ୍ୟେ ରଖି ସ୍ନେହ ପ୍ରେମ
ଗଢନ୍ତି ନୂଆଁ ସଂସାର
ବିଶ୍ଵାସ ଭରସା ଅତୁଟ ରଖିଲେ
ଘର ହୁଏ ସ୍ଵର୍ଗ ପୁର ।
ଦୁହେଁ ଦୁହିଁଙ୍କର ପାଦକୁ ମିଶାଇ
&nbs
p;ଚାଲିଲେ ଜୀବନ ପଥେ
ଦାମ୍ପତ୍ୟ ଜୀବନ ସୁଖମୟ ହୁଏ
ଘରର ଉନ୍ନତି ସାଥେ
ପତି ପତ୍ନୀଙ୍କର ମଧୁର ସମ୍ପର୍କ
ଅଟଇ ଅତି ପବିତ୍ର
ସାତ ଜନମର ସାଥୀ ହୋଇ ଦୁୁହେଁ
କରନ୍ତି ଘର ସଂସାର ।