STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ସ୍ପର୍ଶ ନିଶ୍ବାସର

ସ୍ପର୍ଶ ନିଶ୍ବାସର

1 min
156


ତୁମ ନିଶ୍ବାସ ର ନରମ ପରଶ

ଛୁଇଁ ଯାଏ ଯେବେ ମୋର ହୃଦୟକୁ

ଅନୁଭୂତି ଅଭୁଲା ଅକୁହା ଯେତେ

ସାଉଁଳେଇ ଯାନ୍ତି ସାରା ଆବେଗକୁ।।


ତୁମେ ଚେଇଁ ଉଠ ମୁଦ୍ରିତ ପଲକେ

ଶୋଇ ଥିବା ଅନୁରାଗ ଦୋହଲେଇ

ଚହଲେଇ ଦେଇ ମନର ଉଜାଣି

ବହଲେଇ ଅମାନିଆଁ ମନଟାକୁ ।।


ତୁମେ ହସନା ଗୋ ଛଲକା ଛଲକା

ଉଛୁଳା କାଖ କଳସି ଧାର ଝରା

ମେଞ୍ଚେ ମତୁଆଲା ପବନ ପରିକା

ପଶି ଯାଅନା ମୋ ଛାତି ଭିତରକୁ।।


ଶତ ବେପଥୁ ର ତରଙ୍ଗ ଖେଳେଇ

ଟାଙ୍କୁରେଇ ଯାଅ ପ୍ରତି ଲୋମ ମୂଳ

ସୁପ୍ତ ଶିହରଣ ଚାହେଁ ଆଖି ମଳି

ବିରହ ଦହନ ଦାହ କଳିବାକୁ।।


ଛୁଇଁ ଯାଅ ଯେବେ ଅଳପ ଅଳପ

ନରମ ଆଙ୍ଗୁଳି ରକତ ପାଖୁଡ଼ା।

ଧଡକେଇ ଛାତି ଭଡ଼କେଇ ଯାଅ

ଧମନୀ ଭିତର ପ୍ରାଣ ପ୍ରବାହକୁ।।


ନିରବ ନିଭୃତ ସ୍ପର୍ଶର ଝଙ୍କାର

ପ୍ରତିଧ୍ୱନି ତୋଳେ ବେନି ହୃଦୟରେ

ଢଳି ଯାଅ ମୁଁ ଗୋ ତୋଳି ଧରି ଥିବି 

ପ୍ରୀତି ପଲ୍ଲବୀନି ପ୍ରତି ଲତିକାକୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance