ଅଚିହ୍ନା ମଣିଷ
ଅଚିହ୍ନା ମଣିଷ


ତୂ ସିନା ମୋତେ ଭୁଲିଯିବୁ ଧନ
ମିଳିଯିବ ତୋତେ ଭୁଲିବା ବାହାନା
ମୁଁ କେମିତି ତୋତେ ଭୁଲି ପାରିବିରେ
ବାହାନା ମୋତେ ତ କରି ଆସେନା |
ତୋ ମଥା ସିନ୍ଦୂର ହେବ ସାଥୀ ତୋର
ପାରିବୁନି ବୁଝି ଦୁଃଖ ବିରହର
ରାଜଉଆସରେ ରାଣୀ ହେଲାପରେ
ଅଭାବ ହେବନି ବନ୍ଧୁବାନ୍ଧବର |
ତୋ ପାଦ କାହିଁକି ଲାଗିବ ଭୂଇଁରେ
ଉଡ଼ୁଥିବୁ ତୁହିଁ ଉଡ଼ାଜାହାଜରେ
ମୁଁ ଏକା ଏଇଠି ଧରଣୀରେ ଥାଇ
ବିରହ ନିଆଁରେ ଜଳିବି ସିନା...... |
ତୂ ସିନା ମୋତେ.........
ସୁନା ହରିଣୀ ତୁ ପାଲିଙ୍କିରେ ଝୁଲି
ଗାଇବୁ ଖୁସିରେ ମିଳନ ଗୀତ
ମୋ ଭାଗ୍ୟରେ ନାହିଁ କାହାକୁ କହିବି
ଲିଭିବ ନାହିଁ ମୋ ମନର କ୍ଷତ |
ତୁ କାହିଁକି ମତେ ପକେଇବୁ ମନେ
ତୋ ସ୍ମୃତିକୁ ସିନା ରଖିଛି ଯତନେ
ଅଚିହ୍ନା ମଣିଷ ପାଲଟି ଯାଇଛି ମୁଁ, ତୋ ପାଇଁ ସିନା.......i|
ତୁ ସିନା ମୋତେ.......... .