STORYMIRROR

Sudhir Kumar Panda

Romance

4  

Sudhir Kumar Panda

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
24.6K

ଆଶାରେ ମୋ ତୁମେ ଭାଷାରେ ମୋ ତୁମେ ତୁମେ ମୋ ମନ ମନ୍ଦିରେ,

ତୁମରି ବିରହେ ତୁମକୁ ଇ ଭୋଗେ ତୁମେ ମୋ ଅନ୍ଦିକନ୍ଦିରେ,

ତୁମରି ମନନ ତୁମରି ଚିନ୍ତନ ତୁମେ ହିଁ ସପନେ ଆସ

ମନ୍ଦ ମନ୍ଦ ଏଇ ସମୀରଣ ମଧ୍ୟେ ଲାଗେ ତୁମରି ପରଶ।

ତୁମେ ହିଁ ଜୀବନ ତୁମେ ହିଁ ମରଣ ତୁମେ ହିଁ ଚିନ୍ତା ଚେତନା

ମୋ ଅନ୍ତରେ ତୁମେ ପ୍ରାଣମୟ ସାଥି ନିଶ୍ବାସେ ତୁମ ଭାବନା।

ତୁମବିନା ହୀନ ମୋହରି ଅସ୍ତିତ୍ଵ ଲାଗେ ମୋତେ ଖାଲି ଖାଲି ଭାବରୁ ବାହାରି ଅଭାବରେ ସଖି ତୁମେ ପାଶେ ନାହଁ ବୋଲି।

ସକାଳରୁ ସଞ୍ଜ ମନ ଦହଗଞ୍ଜ ତୁମରି ସ୍ମୃତି ସନ୍ତାପେ

ଜଳୁଛି ହୃଦୟ ଧୂଆଁ ବିନା ନିଆଁ ପୋଡୁଛି ବିରହ ତାପେ।

ହୃଦୟକୁ ଧରି ଦୃଷ୍ୟ ଆରପାରି ତୁମରି ପଥକୁ ଭାବି

ଦିନ ସରିଲାଣି ଅପେକ୍ଷାର ପଥେ ସୁରୁଜ ଗଲାଣି ଡୁବି।


ହୃଦୟ ସନ୍ତପ୍ତ ହେଉ ତାର ଅନ୍ତ ତୁମରି ପରଶ ପାଇ

ପ୍ରତୀକ୍ଷାର ଅନ୍ତ ଲଭୁ ଏ ଦିଗନ୍ତ ପ୍ରେମଗୀତି ଦେବା ଗାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Romance