STORYMIRROR

Jayashree Maharana

Romance

4  

Jayashree Maharana

Romance

ମନେ ରଖିଛ ନା

ମନେ ରଖିଛ ନା

1 min
23.9K

ମନେ ରଖିଛ ନା ସାଥି ଯାଇଅଛ ଭୁଲି

ସେଦିନର ମିଠାସ୍ମୃତି ଆମ ବୁଲାବୁଲି ।


ବସିଥିଲ ପାଶେ ମୋର ଯାତ୍ରା ସମୟରେ

ସୁରକ୍ଷିତ ମଣିଥିଲି ଅତି ବିଶ୍ୱାସରେ ।


ଚାଲୁଥିଲେ ପଥଧାରେ ମୋର ହାତଧରି

ନିର୍ଭୟରେ ହସୁଥିଲି ହୃଦେ ପ୍ରୀତି ଭରି ।


ନୀରବତା ଭଙ୍ଗ କରି ଗପୁଥିଲେ ଦୁହେଁ

ଭିଜୁଥିଲେ ପୀରତିରେ କାମନାରେ ନୁହେଁ ।


ବାପା ଭାଇ ସାଙ୍ଗ ସବୁ ସମ୍ପର୍କର ଆଶ

ପାଇଥିଲି ତୁମଠାରୁ ଓଠେ ମାଖି ହସ ।


ଆପଣାର କେହି ଜଣେ ପରିଚୟ ଦେଇ

ବନ୍ଦୀ କରିଥିଲ ମୋତେ ପ୍ରେମିକଟେ ହୋଇ ।


ଆଖି କହୁଥିଲା କିଛି ଗୋପନ କାହାଣୀ

ହୃଦୟରେ ସ୍ଥାନଟିଏ ଦେଇଥିଲ କିଣି ।


ସଞ୍ଜ ଆସୁଥିଲା ନଇଁ ଝାପ୍ସା ଆଲୁଅରେ

ଫେରିଥିଲେ ଆମେ ଦୁହେଁ ଭିନ୍ନ ଆବେଗରେ ।


ତୁମ ଛାତି ପରେ ମଥା ରଖି ବସିଥିଲି

ସପନର ବାଲିଘର ଟିଏ ଗଢୁଥିଲି ।


ହସୁଥିଲା ଜହ୍ନ ଦେଖି ଆମ ମନ ପଢି

ପ୍ରୀତିଭରା ସମ୍ପର୍କର ଭାବ ଦେଲା ଯୋଡି ।



Rate this content
Log in

Similar oriya poem from Romance