Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Mohapatra

Romance

3  

Priyaranjan Mohapatra

Romance

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
181



ହେ! ପ୍ରିୟତମ ତୁମେ ଯଦି ହୁଅନ୍ତ ସୁନ୍ଦରତମ ପୁରୁଷ ,

ମୁଁ ହୁଅନ୍ତି ସୁନ୍ଦରତମ ନାରୀ।


ତୁମେ ଯଦି ହୁଅନ୍ତ ଅନନ୍ତ ନିଳୀମା ଆକାଶ ତେବେ

ମୁଁ ହୁଅନ୍ତି ସେ ନିଳୀମା ର ଶୋଭାବର୍ଦ୍ଧନ କାରିଣୀ ସନ୍ଧ୍ୟା

କାଳୀନ ମେଘ ଖଣ୍ଡ।


ତୁମେ ଯଦି ହୁଅନ୍ତ ନୀଳ ସରସୀର ଜଳ,

ମୁଁ ହୁଅନ୍ତି ତା ବୁକୁରେ ନୀଳ ଇନ୍ଦିବର।


ତୁମେ ଯଦି ହୁଅନ୍ତ ସବୁଜ ଶ୍ୟାମଳ ପୃଥିବୀ,

ମୁଁ ହୁଅନ୍ତି ପୃଥିବୀ ବୁକୁରେ ତରଙ୍ଗାଇତ ନୀଳ ଶୈଳଶ୍ରେଣୀ।


ତୁମେ ଯଦି ହୁଅନ୍ତ ଶାନ୍ତ, ସୁନୀଳ ବିଶାଳ ସମୁଦ୍ର,

ମୁଁ ହୁଅନ୍ତି ତା ବୁକୁରେ କୋମଳ ଶୈବାଳୀନୀ।


Rate this content
Log in

Similar oriya poem from Romance