STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ମାଛମାନଙ୍କ ସ୍ମୃତି ସଭା

ମାଛମାନଙ୍କ ସ୍ମୃତି ସଭା

1 min
193

   (ରମ୍ୟ ରଚନା)

ଯେଉଁ ମାଛସବୁ ପୂର୍ବରୁ ଜାଲୁଆ 

  ହାତେ ପଡ଼ି ମରିଥିଲେ 

ତାଙ୍କରି ଉଦ୍ଦେଶ୍ୟେ ମାଛମାନେ ଦିନେ

  ସ୍ମୃତି ସଭା ଡକାଇଲେ।


ପ୍ରତ୍ଯେହ ଜାଲୁଆ ନିତିପ୍ରତି ଆମ

  ମାଛ ବଂଶ ମାରି ମାରି 

ନ‌ଈ ନାଳ ଆଉ ଜଳାଶ୍ରୟେ ଦେଖ

  ମୀନ ନାହିଁ ଆଗପରି।


ତେଣୁ ଏ ସଭାରେ ରାଘବ ବାଳିଆ

  ସଭାପତି ହୋଇଥିଲେ 

ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା

  ପାଇଁ ସେ ଆହ୍ଵାନ ଦେଲେ।


ମୂଖ୍ୟ ପ୍ରସଙ୍ଗରେ ରୋହୀ ମୀରକାଳୀ‌

   ଭାକୁଡ‌ ଫଳି ଚିତ୍ତଳ 

ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଲେ 

   କମ୍ପୁଥିଲା ସଭାସ୍ଥଳ।


ଶେଉଳ ଗଡ଼ିଶା ଶାଳ ଚେଙ୍ଗ କ‌ଉ

  ଖସିଆ‌ ତୋଡି‌ ବୋଦସୀ 

ମହୁରାଳୀ ଶିଙ୍ଗି ମାଗୁର କେରାଣ୍ଡି

  ଆବର‌ କଳାବାଇଁଶି।


ପଗୁଆ ଶେରଣା ଇତ୍ୟାଦି ଯେତେକ

  ଛୋଟବଡ଼ ମାଛ ଥିଲେ 

ସମସ୍ତେ ସେଠାରେ ଉପସ୍ଥିତ ରହି

  ନିଜ ବକ୍ତବ୍ୟ ରଖିଲେ।


ମଣିଷଙ୍କ ଦାଉ ଦିନୁଁଦିନ‌ ପୁଣି

  ବଢି ବଢ଼ି ଚାଲିଲାଣି 

ବିଭିନ୍ନ କିସମ‌ ଜ୍ଞାନ କ‌ଉଶଳେ‌

  ଆମକୁ ଧରି ନେଲାଣି।


କେତେବେଳେ ସିଏ କେରାଣ୍ଡି‌ ଗୁନ୍ଥିକି‌

  ବାଳିଆ ମାରି ନେଉଛି 

କେବେ ପୁଣି ଡଙ୍ଗୀଜାଲ ସାହାଯ୍ୟରେ

   ଆମ କୁଳ ବିନାଶୁଛି।


ପୂର୍ବରୁ କୁହୁଣି‌ ମୁଗୁରା ଶାଳୁଆ 

   ଇତ୍ୟାଦିରେ ମାରୁଥିଲା 

ଏବେ କିନ୍ତୁ ନୁଆନୂଆ ପଦ୍ଧତିରେ

   ଆମ ବଂଶ ବିନାଶିଲା।


ବିଭିନ୍ନ ପ୍ରକାର ଫାଶୀ ଜାଲ ପୁଣି

   ତିଆରି କଲାଣି ସେହି 

ସେଥିରୁ ବର୍ତ୍ତିବା ଆମ ପକ୍ଷେ ଆଉ

   କେବେ ସମ୍ଭବ ନୁହଁଇ।


ତେଣୁ ଆମେ ଏଇ ଯୋଜନା କରିବା

   ତୁଳସୀ କ୍ଷେତ୍ରକୁ ଯିବା 

ବଡଠାକୁରଙ୍କୁ ଗୁହାରୀ କରିବା

   କେମିତି ଆମେ ବଞ୍ଚିବା?


ସଭାସାଙ୍ଗ କରି ସବୁ ମାଛ ମିଳି

   ପ୍ରଭୁଙ୍କୁ ଗୁହାରୀ କଲେ 

ସେ ବଡଠାକୁର ବରୁଣ ରାଜାଙ୍କୁ

   ଫୋନ୍ କରି ଡକାଇଲେ।


ମତ୍ସ୍ୟ ସମ୍ପଦର ସଂରକ୍ଷଣ ପାଇଁ

   ଠାକୁରେ ନିଷ୍ପତ୍ତି ନେଲେ।

ମାଛ ମାଂସ ମଦ ଭକ୍ଷଣ ବିରୋଧେ‌

   କଟକଣା ଲଗାଇଲେ।


ଯେଉଁ ମଣିଷଟି ଏ ସବୁ ଖାଇବ

   ତାକୁ ଡାଇବେଟିସ ହେବ 

ଗ୍ୟାସ୍‌ ବଢିଯିବ ଆୟୂଷ କମିବ

   ଶେଷେ ନର୍କରେ ପଡ଼ିବ।


ଦ୍ଵିତୀୟରେ ଯେଉଁ ନେଟ୍‌ ସାହାଯ୍ୟରେ

   ମଣିଷ ମାଛ ମାରୁଛି 

ସେ ନେଟ‌ରମରେ ସିଏ ନିଜେ ଛନ୍ଦି ହେବ

  ଏହି ରାୟ ଦେଉଅଛି।


ଏ କଳିଯୁଗରେ ନେଟୱର୍କ ଜାଲେ

  ମଣିଷ ଛନ୍ଦି ହୋଇବ 

ବୁଢିଆଣି ବସା ମାୟା ଜାଲ ଭଳି

  ମାୟାରେ ଘାଣ୍ଟି ହୋଇବ।


ପାଇବନି ଶାନ୍ତି ଜୀବନର ମୁକ୍ତି

  ଏହି ମୀନ ଅଭିଶାପ 

ତଥାପି ମଣିଷ କାହିଁକି କେଜାଣି

   କରୁନାହିଁ ଅନୁତାପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy