STORYMIRROR

Bhagirathi Pati

Comedy

3  

Bhagirathi Pati

Comedy

ଭୋଜି

ଭୋଜି

1 min
175


କହିଲେ କହିବ କହୁଛି

ନ କହିଲେ ମୁଁ ଯେ ରହିପାରୁ ନାହିଁ

କହି ଦେଲେ ଟିକେ ଶାନ୍ତି ଲାଗୁଛି

କଣ୍ ନା କହିଲେ କହିବ କହୁଛି ।

ପୁରୁଣା ଯୁଗ ତ ବଦଳି ଗଲାଣି

ଏବେ ଆଧୁନିକ ଯୁଗ ଆସିଛି ,

ଆମର ସଂସ୍କୃତି ଆମ ପରମ୍ପରା

ଚଳଣି ବଦଳି ଯାଉଛି,

ଭୋଜି ଭାତ ର ଢାଞ୍ଚା ତ ଟିକିଏ

ନୂଆ ମୋଡ଼ ଟିକେ ନେଇଛି,

ଆଭିଜାତ୍ୟର ମୋହର ପାଇଁକି

ବୋଫେ ସିଷ୍ଟମ କୁ ବାଛୁଛି

ସତେକି କାଙ୍ଗାଳି ଭୋଜନ ଚାଲିଛି,

ଖାଇବାର ଏଠି ଶାନ୍ତି ନାହିଁ ତିକେ

ଖାଲି ଷ୍ଟାଇଲ ମେଣ୍ଟନ ହେଉଛି

କଣ୍ ନା କହିଲେ କହିବ କହୁଛି

ଦାମୀ ଟେଣ୍ଟ ରେ ବସିଛି

ଖାଇବାର ମଜା ଟିକିଏ ଅଲଗା

ଟିକେ ଖାଇ ଘଣ୍ଟେ ଗପୁଛି,

ମୋବାଇଲ୍ ରେ ସେଲଫି ନେଉଛି

ଅଧେ ଖାଇ ଅଧେ ଛାଡ଼ୁଛି,

ସତେକି ରିଲିଫି ବଣ୍ଟନ ହେଇଛି

ଲକ୍ଷ୍ମୀ ଛଡା ହୋଇ ବାହାଦୁରି ମାରି

କାଗଜ ରେ ହାତ ପୋଛୁଛି,

କଣ୍ ନା କହିଲେ କହିବ କହୁଛି।

ଭୋଜି ଭାତ ଶୁଣି ମନଟା କାହିଁକି

ଟାକୁ ଟାକୁ ଟିକେ ହେଉଛି

ବିଦେଶୀ ପାଣି ରେ ପେଟେ ପିଇ ଦେଇ

ଇନ୍ଦ୍ରମହଲ ରେ ବୁଲୁଛି,

ସତେକି ସର୍ବେ ସାର୍ବା ସିଏ ଭାବୁଛି

ଘରେ ଲେମ୍ବୁ ଲୁଣ ନ ଥାଇ ପଛକେ

ନିଜେ ଜମିଦାର ଭାବୁଛି,

ଭୋଜି ର ମଜା ଟା ଟିକିଏ ଅଲଗା

ଏଇ ଥିରୁ ଜଣା ପଡ଼ୁଛି

କଣ୍ ନା କହିଲେ କହିବ କହୁଛି

କଣ୍ ନା କହିଲେ କହିବ କହୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy