STORYMIRROR

Bhagirathi Pati

Others

4  

Bhagirathi Pati

Others

ହେ ମହା ମାନବ

ହେ ମହା ମାନବ

1 min
400


ହେ ମହା ମାନବ ଜାତିର ଜନକ

   ଆଉ ଥରେ ତୁମେ ଜନମ ନିଅ,

ତୁମ କଳ୍ପିତ ରାମ ରାଜ୍ୟ ଟି ରେ 

  କେମିତି ଝରୁଛି ଆଖିର ଲୁହ ।(୧)

ତୁମେକହୁଥିଲ "କର ଅବା ମର"

  "କାଟି ପିନ୍ଧି କୁଟି ଖାଅ',

ସାବରମତୀ ର ଆଶ୍ରମ ଭିତରେ

  ବିଦେଶୀ ତଡ଼ିବା ଶପଥ ନେଲ।(୨)

ମହାସଂଗ୍ରାମ ର କର୍ଣ୍ଣଧାର ସାଜି

  "ଅହିଂସା ମନ୍ତ୍ର"ରେ କଲ ଦୀକ୍ଷିତ,

ଯେତେ ନରନାରୀ ତୁମରି ମନ୍ତ୍ରରେ

  ସ୍ଵାଧୀନତା ପାଇଁ ଦେଲେ ତ ଝାସ।(୩)

"ନିଶା ନିବାରଣ"ପାଇଁ ଜାଗରଣ

  ସ୍ୱାସ୍ଥ୍ୟ, ଶିକ୍ଷା ,ଆଉ ସମାଜସେବା ,

ସୁସ୍ଥ ସମାଜ ରେ ସୁସ୍ଥ ମାନବ

   କେମିତି ଭୋଗୁଛି ଦୁଃଖ ଦୁର୍ଦ୍ଦଶା।(୪)

ଗଣତନ୍ତ୍ର ର ମୂଲ୍ୟବୋଧ ଏଠି

    କିଏ ବା ବୁଝିବ କାହିଁ,

ସବୁଠି ସ୍ବାର୍ଥ, ହିଂସା ମନ୍ତ୍ର ଗାଇ

   ଗୀତା ଭାଗବତ ଭୁଲିଲେ ଯାଇ।(୫)

ତମ ବାଣୀ ଆଜି ଲୁଚି ତ ଗଲାଣି

   ସ୍ମୃତି ଚିହ୍ନ ରହି ଅଛି ,

ଆଉ ଥରେ ତୁମେ ଜନମ ନିଅ ହେ

   ଅନୁରୋଧ କରୁ ଅଛି

   ଅନୁରୋଧ କରୁ ଅଛି ।(୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍