STORYMIRROR

Bhagirathi Pati

Romance

3  

Bhagirathi Pati

Romance

ପାହାନ୍ତି ସପନ

ପାହାନ୍ତି ସପନ

1 min
207


ଜହ୍ନ୍ନକୁ ମାଗିଲି ମୁଠାଏ ସପନ

     କିରଣ ସେ ବୁଣି ଦେଲା,

ଆକାଶକୁ ଯେବେ ମୋ ଦୁଃଖ କହିlଲି

    ଲୁହ ହୋଇ ଝରି ଗଲା।


ମନ କଥା ଯେବେ ବର୍ଷା କୁ କହିଲି

     ନାୟୀକା ଶ୍ରାବଣୀ କଥା,

ବାଦଲ ଆସିଲା ବିଜୁଳି କୁ ନେଇ

   ଦେଇଗଲା କେତେ ବ୍ୟଥା ।


ଫଗୁଣ କୁ ଯେବେ ରଙ୍ଗ ଅବିର ମୁଁ

     ହାତ ପାତି ମାଗୁଥିଲି ,

ଅତୀତର ସ୍ମୃତି ମନେ ପକାଇଲା

     ଆଖି ଲୁହ ଝରାଇଲି।


ବୈଶାଖୀ ର ଝଡ଼ ଅଦିନେ ଆସିଲା

    ଭାଙ୍ଗି ଗଲା ମୋର ନିଡ,

ପାହାନ୍ତି ବେଳାର ସପନ ଟି ମୋର

   ପୁଣି କେବେ ହେବ ସତ

   ପୁଣି କେବେ ହେବ ସତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance