ପାହାନ୍ତି ସପନ
ପାହାନ୍ତି ସପନ
ଜହ୍ନ୍ନକୁ ମାଗିଲି ମୁଠାଏ ସପନ
କିରଣ ସେ ବୁଣି ଦେଲା,
ଆକାଶକୁ ଯେବେ ମୋ ଦୁଃଖ କହିlଲି
ଲୁହ ହୋଇ ଝରି ଗଲା।
ମନ କଥା ଯେବେ ବର୍ଷା କୁ କହିଲି
ନାୟୀକା ଶ୍ରାବଣୀ କଥା,
ବାଦଲ ଆସିଲା ବିଜୁଳି କୁ ନେଇ
ଦେଇଗଲା କେତେ ବ୍ୟଥା ।
ଫଗୁଣ କୁ ଯେବେ ରଙ୍ଗ ଅବିର ମୁଁ
ହାତ ପାତି ମାଗୁଥିଲି ,
ଅତୀତର ସ୍ମୃତି ମନେ ପକାଇଲା
ଆଖି ଲୁହ ଝରାଇଲି।
ବୈଶାଖୀ ର ଝଡ଼ ଅଦିନେ ଆସିଲା
ଭାଙ୍ଗି ଗଲା ମୋର ନିଡ,
ପାହାନ୍ତି ବେଳାର ସପନ ଟି ମୋର
ପୁଣି କେବେ ହେବ ସତ
ପୁଣି କେବେ ହେବ ସତ ।