ଭାଇର ହାତରେ ଭଉଣୀ ରାକ୍ଷୀ
ଭାଇର ହାତରେ ଭଉଣୀ ରାକ୍ଷୀ
1 min
169
ସ୍ନେହ ମମତାର ପ୍ରୀତିର ବନ୍ଧନ
ରେଶମୀ ସୂତାରେ ରହିଛି,
ଶ୍ରାବଣ ପୂର୍ଣ୍ଣିମା ପାଖେଇ ଆସିଲେ
ବାଟ ଚାହିଁ ଭାଇ ବସିଛି।
ଭଉଣୀ ଆନନ୍ଦ କହିଲେ ନ ସରେ
ହାତେ ବାନ୍ଧି ଦେବ ରାକ୍ଷୀ,
ରାଗ ରୁଷା ସବୁ ମାନ ଅଭିମାନ
ମନରୁ ଦେବ ସେ ପୋଛି।
ବିପଦେ ଆପଦେ ହାତ ଧରି ଭାଇ
ସବୁ ସହିଯିବ ମଥାରେ ତା'ର,
ଭଉଣୀର ଲୁହ ଦେଖି ପାରିବନି
ଶପଥ ନିଏ ସେ ହଜାରେ ଥର।
ଆମର ସଂସ୍କୃତି ମହାନ ଅଟଇ
ପରମ୍ପରା ସେ ତ ରହିଛି,
ଭାଇ ହାତରେ ଭଉଣୀର ରାକ୍ଷୀ
ସ୍ନେହ ମମତାର ଅଲିଭା ସାକ୍ଷୀ।
