STORYMIRROR

Bhagirathi Pati

Romance

4  

Bhagirathi Pati

Romance

ପ୍ରେମ ଆଉ ବିଚ୍ଛେଦ (ବ୍ୟଙ୍ଗ କବିତା

ପ୍ରେମ ଆଉ ବିଚ୍ଛେଦ (ବ୍ୟଙ୍ଗ କବିତା

1 min
442


କହିଲେ କହିବ କହୁଛି

ଆଜିର ଦୁନିଆଁ ବିଚିତ୍ର ଅଟଇ

ଏଇଥିରୁ ଜଣା ପଡ଼ୁଛି,

ସଂସାର ଟା ଅଟେ ରଙ୍ଗମଞ୍ଚ ଏକ

ଅଭିନୟ ଏଠି ଚାଲୁଛି।

କେଉଁ ଦୃଶ୍ୟ ରେ କାହା ପାଳି ପଡେ,

କାହା ନିର୍ଦ୍ଦେଶ ରେ ଚାଲୁଛି•••••

ପହିଲି ଫଗୁଣ ପ୍ରମର ନିଶା ରେ 

ସୁନେଲୀ ସ୍ବପ୍ନ ରେ ବିଭୋର ହୋଇଛି 

ସଂସାର ରଥରେ ବସିଛି,

ସାତ ଜନମର ସମ୍ପର୍କ ଭିତରେ

ସାତ ଘେରା ବାନ୍ଧି ହେଉଛି।

କାହିଁକି କେଜାଣି କାହା ଇଙ୍ଗିତ ରେ

ସମ୍ପର୍କ ର ପୂର୍ଣ୍ଣଚ୍ଛେଦ ପଡୁଛି,

ମିଛ ଅହମିକା କୁହୁଡ଼ି ଭିତରେ

ନିଜକୁ ବୁଡ଼ାଇ ଦେଉଛି,

ସଂପର୍କ ର ମାନେ ବୁଝିବା ଆଗରୁ

ପ୍ରେମ ର ସୂତା ଟି ଛିଣ୍ଡି ଯାଉଛି,

ବିଚ୍ଛେଦ ନିଆଁ ରେ ଜଳି ଜଳି ଏଠି

ପ୍ରେମ ର ର ମାନେ ମୁଁ ଖୋଜିବୁଲୁଛି 

କଣ୍ ନା କହିଲେ କହିବ କହୁଛି 

କଣ୍ ନା କହିଲେ କହିବ କହୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance