STORYMIRROR

Satyanarayan Sahoo

Comedy Action

3  

Satyanarayan Sahoo

Comedy Action

ଚିକେନ ବାସ୍ନା

ଚିକେନ ବାସ୍ନା

1 min
181


ଉତ୍କଟ ସୁଆଦ ଭରା ମହମହ ଗନ୍ଧେ

ମହକୁଛି ମୁଁ ଭାଳୁଛି ଚିକେନ କେରାନ୍ଧେ ॥

କଷା ହୋଇ ଆସିଲାଣି ଦେଖିବାରୁ ଯାଇ

ଆଇଁଷିଆ ପବନ ଯେ ଉଛନ କରଇ  ॥

ଦେଖିଲି ସତେ କି ! ତାହା ଆସିଲାଣି ସିଝି

ଟକଳା ମଦୁଆ ମେନେ ବସିଛନ୍ତି ଜଗି ॥

ଶୁଙ୍ଘି ଠକ ଠକ ଲାଳ ପାଟିରୁ ନିକାଳି

ପଖାଳ କରାରେ ନିତି ଦେଉଥାନ୍ତି ପୋଛି ॥

ବାରମ୍ବାର ପୋଛି ତାହା କରିଲେଣି ଓଦା

ବୋଲୁ ଥାନ୍ତି ହେଇ ହୋଇ ଆସିଲାଣି ସିଝା ॥

ରହ ଆଉ କ୍ଷଣେ ପରେ କରିବୁ ପାକୁଳି

ସଜାଇ ରଖରେ ନେଇ ବିଦେଶୀ , ମହୁଲୀ ॥

ଯିଏ ଯାହା ଆଣି ଅଛ ଆଣ ଏ ଠାବକୁ

ପାଟି ଆମ ହୋଇ ଯାଉ ଅଛି ପାକୁ ପାକୁ ॥

କଷା ହୋଇ ସାରି ଲାଣି ଚିକେନ ମାଉଁସ

ଆସନ ପକାଇ ବେଗେ ଧାଡି କରି ବସ  ॥

ପିଆଲା ଓ ବୋତଲ କୁ ପକାଅ ସଜାଡି

ଦୋନା ଓ ପତର ଧର ଦିଆଯିବ ବାଢି ॥

ଢୋକ ଢୋକ କରି ମାଲ ପକାଇବା ପିଇ

ଚାକୁ ଚାକୁ କରି ବେଗେ ମାଉଁସ ପାକୁଳି  ॥

ଚାଖିବା ସୁଆଦ ଆହା ! ଚିକେନ ର ଆସ

ଚଟୁ ମାରି ଜଣେ କରିବାରୁ ଖସଖସ ॥

ଆହୁରି ଅଧିକ ତର ସୁଆଦୁ ବାସନା

ଜାତ ହୋଇ ଖଲଖଲ ହେଲାଣି ରସନା ॥

ଖାଇବା ପାଇଁକି ଏବେ ବେଗେ ଗଲେ ବସି

ଚିକେନ ସୁଆଦ ଗନ୍ଦ ବଢି ଚାଲିଅଛି ॥



Rate this content
Log in

Similar oriya poem from Comedy