STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ତୁମେ କ'ଣ ସେଇ ବର୍ଷା?

ତୁମେ କ'ଣ ସେଇ ବର୍ଷା?

1 min
137

 (ରମ୍ୟ ରଚନା)

ବର୍ଷା ତୁମେ ଆଜି ବଦଳି ଯାଇଛ

    ଆଉ ଆଗ ଭଳି ନାହଁ,

ମୋ ଅନୁଭବର ସତ କଥା ଏହା

    ସିନେମା କାହାଣୀ ନୁହଁ।

ଏଇ କେଇଦିନ ତଳେ ତୁମେ କିନ୍ତୁ

    ଗାଉଁଲିଟି ଲାଗୁଥିଲ,

ଆଜି କିନ୍ତୁ ଅନ୍ୟ ମାନଙ୍କ ଭଳିଆ

    ସହରୀ ମୁହାଁ ଧ‌ଇଲ।

ମୋର ମନେ ପଡେ ପହିଲି ଆଷାଢେ

    ମୋ ଗାଆଁକୁ ଆସୁଥିଲ,

ମେଘ ସବାରୀରେ‌ କନିଆଁଟି ହୋଇ

     ସୁଖେ ବର୍ଷିଯାଉଥିଲ।

ତୁମ ଆଗମନେ ଅସହ୍ୟ ଗ୍ରୀଷ୍ମରୁ

     ମାଟି ଶାନ୍ତି ପାଉଥିଲା,

ଚଷାପୁଅଟିଏ‌ ସେତେବେଳେ ନିଜ

     ହଳକୁ‌ ସଜାଡୁଥିଲା।

ତୁମେ ବର୍ଷାରାଣୀ‌ ମୋ ମନକୁ ଜାଣି

     ମୋ ଚାଳେ ଯେବେ ବରଷ,

ମୋ ହାତ ତିଆରି କାଗଜ ଡଙ୍ଗାର

     ଓଠରେ ଫୁଟାଅ ହସ।

ଶ୍ରାବଣ ଆସିଲେ ଝଡ଼ି ବର୍ଷା ହୋଇ

     ଲାଗି ଲାଗି‌ ବର୍ଷୁଥିଲ‌,

କାଦୁଅରେ ଭରି ଗାଁ ଦାଣ୍ଡେ ନୂଆ

     ଅନୁଭବ ଆଣୁଥିଲ‌।      

ସମୟାନୁପାତେ‌ ବର୍ଷିଯାଇ ନିଜ‌ 

      ଧର୍ମ କରୁଥିଲ ରକ୍ଷା,

ଆଜି କିନ୍ତୁ ତୁମେ ବଦଳିଛ ଯାହା

     'କରୁଅଛ ମନ‌ଇଚ୍ଛା।

କେବେ ତୁମେ ଲଘୁଚାପ ବର୍ଷା ହୋଇ

      ଅସମୟେ‌ ବର୍ଷୁଅଛ,

କେବେ ଘୂର୍ଣ୍ଣିଝଡ ଉଗ୍ରରୂପ‌ ଧରି 

      ସଂସାର ଉଜାଡୁଅଛ।

ଗାଁରେ ନ ବର୍ଷି ସହରେ ବର୍ଷୁଛ

      ନାହିଁ କ୍ଷେତ ଯେଉଁଠାରେ ,

କିନ୍ତୁ ଚାଷୀ ଆଜି ଗାଆଁରେ କାନ୍ଦୁଛି

      ବିଲ ଫାଟି‌ ଆଁ‌ କରେ।

ଯାଇଥିଲି କାଲି ଭୁବନେଶ୍ୱର ମୁଁ

      ଫେରୁଥିବା ବେଳେ ଘର,

କଟକ‌ ସହରେ ବର୍ଷା ଗାଳୁଥିଲା

     ଦୀର୍ଘ ଚାରିଘଣ୍ଟା‌ କାଳ।

ଆଜି ମୋ ଗାଆଁରେ ଖରାଦେଖି ବର୍ଷା 

     ତୁମକୁ ଭାବିଲା ବେଳେ,

ଲେଖନୀରୁ ମୋର ଏଣୁ ତେଣୁ ହୋଇ

      କବିତାଟି ଝରିପଡେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy