ରଜଖାସି
ରଜଖାସି
ପ୍ରବଳ ଗ୍ରୀଷମ ଭାଇ ଟାଇଁ ଟାଇଁ ଖରା l
ଡିବି ଡିବି ଡିବି ଡିବି ବାଜିଲା ନାଗରା l
ଡେଙ୍ଗୁରା ବାଜୁଛି ପାଞ୍ଚ ଗ୍ରାମେ ଗିଡ଼ିଗିଡ଼ି l
ରଜ ମଉଜ ହୋଇବ ଖେଳିବା ବାଗୁଡ଼ି l
ବାଜି ରଖା ଅଛି ଏକ ହେଏଁ ବଡ଼ ଖାସି l
ଜିତା ପଟ ଦଳ ନେଇଯିବ ହୋଇ ଖୁସି l
ହଗୁରି, କାଁହ୍ନୁଆ, ମୂଷା ,ମଧୁ ଓ ଧଡ଼ିଆ l
ଟୋକା ସବୁ ଆସିଗଲେ କଇଥ ପଡ଼ିଆ l
ରଙ୍ଗସ, ପଥର ପଡ଼ା ଦୁଇ ଗୋଟି ଦଳ l
ଦୁଇଦଳ ମଧ୍ୟେ ଧୀରେ ଜମିଗଲା ଖେଳ l
"ବାଗୁଡୁ ଗୁଡ଼ୁ,ବାଗୁଡୁ ଗୁଡ଼ୁ, ବାହାଘର ଦିନ
ଜାଇ ରଗୁଡୁ,ଜାଇ ରଗୁଡୁ ବାଗୁଡ଼ୁ ବାଗୁଡ଼ୁ
ବାଇଁ ଚିରା,ବାଇଁ ଚିରା ଭାଈ କଳା ଜିରା l
କଳା ଜୀରା ଭାଈ ରାଆଗେନା ରାଆଗେନା,
ହାଣ୍ଡି କୁଣ୍ଢେଇ ଭାଆଙ୍ଗେନା ଭାଆଙ୍ଗେନା ।
ନାଗରା ବାଜୁଛି ଯେହ୍ନେ ରଣେ ବୀରବାଦ୍ୟ
ଖେଳ ଚାଲି ଅଛି ଯଥା କୁରୁକ୍ଷେତ୍ର ଯୁଦ୍ଧ l
ପଥର ପଡ଼ା ହଗୁରୀ, ରଙ୍ଗସର ମୂଷା
ଗଡ଼ାପଡ଼ା ଲାଗିଥାନ୍ତି ଯେହ୍ନେ ଭୀମ ଦୁଃଶା l
ଖେଳ ଜମିଥିଲା ମଧୁ ଲୁଙ୍ଗି ଖୋଲିଗଲା
ଚଢ଼ି ପିନ୍ଧି ଥିବାରୁ, ତା' ଇଜ୍ଜତ ବଞ୍ଚିଲା l
ଛକା ପଞ୍ଝା ଖେଳ ଶେଷେ ନାଗରା କହିଲା
ପଥର ପଡ଼ା ଜିତିଲା, ବାଜି ଖାସି ନେଲା l
ସଞ୍ଜବେଳେ ଟୋକାମାନେ ସବୁ ମିଳିମିଶି
ଭୋଜିଟିଏ କଲେ କାଟି ଜିତା ପଟ ଖାସି l
ରୋଷେଇ ଚାଲିଛି ସବୁ ମିଶିଗଲେ ସାଙ୍ଗ
ବାଟିକରି ପକାଇଲେ ଟେଳେ ଟେଳେ ଭାଙ୍ଗ l
ଟହଲିଆ ମୋତେ କଲେ ଦୁର୍ବଳିଆ ଦେଖି
ତିନିଦିନ ଶୋଇଲି ମୁଁ ଭାଙ୍ଗ ଟେଳେ ଚାଖି l
