STORYMIRROR

Prahallad Sahoo

Abstract Comedy Fantasy

3  

Prahallad Sahoo

Abstract Comedy Fantasy

ଚିକେନ୍ ସଂହିତା

ଚିକେନ୍ ସଂହିତା

1 min
210

ଚିକେନ୍ ର ବାସ୍ନାରେ ମହକୁଥିଲା

ସେ ସୁଉଚ୍ଚ ଅଟ୍ଟାଳିକାର ପାନ୍ଥଶାଳା

ଏଠି ଯାହାକୁ ଦେଖିଲେ ଲାଗୁଥିଲା

ସମସ୍ତେ ସମସ୍ତଙ୍କର ଶାଳି - ଶଳା।


ସେଠି ନଥିଲା କିଛି ବାଛ ବିଚାର

କାର୍ ଚାବି ବଦଳରେ ସ୍ତ୍ରୀ ବଦଳ

ମଦିରା ସଙ୍ଗେ ଚିକେନ୍ ଲେଗ୍ ପିସ

ଛନ୍ଦା ଛନ୍ଦି ହେଇ ପିଅନ୍ତି ସୋମରସ।


ଇଏ ପରା ମର୍ଡନ ଯୁଗର ଅଲ୍ଟ୍ରା ମଡନ ବିବି

ପତିବ୍ରତା ସ୍ତ୍ରୀର ହାତରେ ଏ.ଟି.ଏମ. ଚାବି

ଏଠି ମରଦଟା ଦିନରାତି ଖଟି ପଛେ ମରୁ

ଗୃହଲକ୍ଷ୍ମୀ ଚିକେନ୍ ସୋପ୍ ପିଏ ବଜାରରୁ।


ଏଠି ବେଳେବେଳେ ଚିକେନ୍ ର ବାସ୍ନାରେ

ଅସହାୟା ଜଣକ ଦରପେଟା ହୋଇଯାଏ

ଛାଡି ଯାଇଥିବା ହାଡ ଓ ମାଂସ ଖଣ୍ଡକରେ

ବାକି ଅଧାପେଟ ଆତ୍ମ ସନ୍ତୋଷରେ ଭରିନିଏ।


ଚିକେନ୍ ବିଚରା କଣ ଯେ ଦୋଷ କରିଥିଲା 

ରାତି ନପାହିବା ଆଗରୁ ଉଠି ଉଠଉଥିଲା

ନିଜ ପିଲା ଛୁଆ କଥା ବୁଝି ସମୟ କାଟୁଥିଲା

କେମିତି ପର୍ବ ସେ ରଜ ସମସ୍ତଙ୍କୁ ଖାଇଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract