Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Comedy

4  

Pinku Ranbida

Comedy

ପାଠ ସବୁ ସମାନ

ପାଠ ସବୁ ସମାନ

1 min
211



ଫୁଲେଇ ଝିଅ ସେ ଭାରି ଷ୍ଟାଇଲି

ପଢୁଅଛି ପ୍ରାଇଭେଟ,

ସରକାରୀ ସ୍କୁଲ୍'କୁ କିଏ ପଚାରେ

ବାପା'ତ ଗଣୁଛି ନୋଟ ।


ଦିନକୁ କରୁଛି ଦୁଇଥର ଟିଉସନ

ବାପାର ପଇସା ସାରି,

ରାତି ବାରଟା ଯାଏଁ ଅନଲାଇନ

ମୋବାଇଲ ହାତେ ଧରି l


ସକାଳୁ ଖାଉଛି ବ୍ରେଡ, ଅମଲେଟ 

ଯାଉଅଛି ଗାଡି ଚଢ଼ି,

ପଇସା ଦେଇକି ପାଠ ସେ ପଢୁଛି

ମାର୍କ ଆଣିବନି ଭିଡି l


ସବୁବେଳେ ସଫା ଡ୍ରେସ ପିନ୍ଧୁଅଛି

ଟାଇ, ଜୋତା ଲଗାଉଛି,

ସରକାରୀ ଛୁଆଁ ତା'ଠୁ ଅଧିକ ନମ୍ବର

କେମିତି ଆଣିବ ଭାବୁଛି l


ନିଜକୁ ନିଜେ ଷ୍ଟାଣ୍ଡାର୍ଡ ଦେଖେଇ ହୁଏ

ସରକାରୀ ଭାବେ ହୀନ,

ସରକାରୀ ଛୁଆଁ ଭାତ, ଡାଲି ଖାଇ

ଯାଉଅଛି ତାଙ୍କ ଦିନ l


ଭୁଲିଗଲାଣି ପ୍ରକୃତ ଜ୍ଞାନ ଯେତେ

ପାଠପଢି ହେଲା ଅଜ୍ଞାନ, 

ସରକାରୀ ସ୍କୁଲ ହେଉକି ପ୍ରାଇଭେଟ

ପାଠ ସବୁଠି ସମାନ l



Rate this content
Log in

Similar oriya poem from Comedy