Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Children Stories Comedy

4  

Priyabrata Mohanty

Children Stories Comedy

ମଳ ଓ ପରିମଳ

ମଳ ଓ ପରିମଳ

1 min
197


ସକାଳୁ ସକାଳୁ     ଠେଲି ପେଲି ଆସେ

ଭାଙ୍ଗିଦିଏ ନିଦ ତାର,

ଅଧୁଆ ମୁହଁରେ     ତରବର ହୋଇ

ଖୁଲଇ ଦାଣ୍ଡ ଦୁଆର ।


ଅସମ୍ବାଳ ଚାପ     ଉଠିଛି ଉଦରେ

ସମ୍ଭାଳି ପାରୁନି ଭାର,

ମେଳି ହୋଇ କରି    ପାଣି ଲୋଟା ଧରି,

ଯାଉଛି ସେ ନଦୀତୀର ।


କନ କନ ହୋଇ     ଦେଖେ ଏଣେ ତେଣେ

ଚାରିଦିଗେ ତା ନଜର,

ଫାଙ୍କା ଜାଗା ଦେଖି     ବସେ ଗାଣ୍ଡି ଜାକି

ଛାଡ଼ି ଦିଏ ତର ତର ।


ବିହଙ୍ଗର ଗୀତ     ଶୀତଳ ପବନ

କରଇ ମନ ଅଧିର,

ଓଦା ଓଦା ଘାସ     ଚର୍ମ କଲେ ସ୍ପର୍ଶ

ଶ୍ରୀହରି ଯାଏ ଶରୀର ।


ଭଣ ଭଣ ହୋଇ     ମଶା ମାଛି ସବୁ

ଗାଆନ୍ତି ଗୀତ ମଧୁର,

ରକମାରୀ ବାସ     ମହକି ଯାଉଛି

ବହିଲେ ଥରେ ସମୀର ।


ଧାଡ଼ି ଧାଡ଼ି ହୋଇ     ବସିଛନ୍ତି ଏଠି

ଢ଼ାଳି ଦିଅନ୍ତି ଖଙ୍କାର,

ଲୋକ ଆସିଗଲେ     ଚାଲେ ଉଠା ବସା

ସରମ ଠୁଁ କୁଶେ ଦୂର ।


ପର ଚରଚାରେ     କମ୍ପଇ ଅମ୍ବର

ଗରମ ଏଠି ଖବର,

ପିଲା ଠାରୁ ବଡ଼     ସବୁ ଯେ ନିର୍ଲଜ

ନଥାଏ କାହାକୁ ଡର ।


ରଙ୍ଗ ବେରଙ୍ଗର     ନୂତନ ପାହାଡ଼

ଛାଡ଼ିଛନ୍ତି ନାରୀ ନର,

ସେହି ପାହାଡରେ     ଗଢ଼ିଛନ୍ତି ସବୁ

ଲାଙ୍ଗୁଡିୟା ପୋକ ଘର ।


ଜୈବିକ ଖତରେ     ଭରା ପୁରା ଦେଶ

ହସେ ଆଜି ପଲ୍ଲୀ ପୁର,

ଆହକି ସୁନ୍ଦର     ପରିବେଶ ମୋର

ଦୃଶ୍ୟ ଅତି ମନୋହର ।


Rate this content
Log in