ଅଦିନିଆ ବର୍ଷା
ଅଦିନିଆ ବର୍ଷା
ଅଦିନିଆ ବର୍ଷା ଆସି ଧୋଇ ନେଲା
ଅନେକ ଦିନର ପ୍ରେମ
କେଡେ ବେଇମାନି ଥିଲା ପରା ସତେ
ଅବୁଝା ଏଇ ମୋ ପ୍ରେମ ।
ଅକାଳରେ ଝଡି ପଡୁ ଥିବା ଫୁଲଟିଏ ପରି
ଅଜାଣତେ ଗଲା ଚାଲି
ତାହାରି ବାଟକୁ ଚାହିଁ ଚାହିଁ ମୁହିଁ
ଝୁରି ଝୁରି ମରେ ଖାଲି ।
ଦଲକାଏ ବରଷା ରେ ପୋଛି ନେଇ ଗଲା
ମନର ଅସରନ୍ତି ଆଶା
ଖାଲି ଗଲା ପରେ ଏତିକି ଶିଖାଇ ଦେଇଗଲା
ନିରାଶା ଖାଲି ନିରାଶା ।
ସେଇ କେଇ ପଦ ଆଶା କୁ ଧୋଇ ଦେଇ
ଗଲା ପରେ ଏକାକୀ ଅଛି
ପୁଣି ଥରେ କାଳେ କଅଁଳି ଉଠିବ
ସେଇ ଅତୀତ ରୁ କିଛି ।
ସବୁ ସ୍ମୃତି ଧୋଇ ଦେଲା ପରେ ନା କିଛି ଥାଏ
ଥାଏ ଯଦି କେବଳ ବିଶ୍ଵାସ
ଥାଏ ପଦେ ଭାବି ବାର ଭାବନା
ବାସ ଏତିକି ଜାଗିଥାଏ ବିଶ୍ୱାସ ।
ବେଳେ ବେଳେ ଆନନ୍ଦ ଭରିଦେଇ ଥାଏ ତ
ବେଳେ ବେଳେ ତ ବିଷାକ୍ତ
ନା ଥାଏ କେବେ ଆଦ୍ୟ
ନା କେବେ ହୋଇଥାଏ ଅନ୍ତ ।
ବେଳେ ବେଳେ ଭରିଦିଏ ଲୁହ ଭରା ନୟନ ତ
ବେଳେ ବେଳେ ଆଣିଦିଏ କ୍ଲାନ୍ତି
ଜୀବନର ପ୍ରତିଟି ମୋଡରେ ଭରିଦିଏ
ଅନେକ ଟି ଅଶାନ୍ତି ।
ବେଳେ ବେଳେ ରାହା ବି ପରିବର୍ତନ କରିଥାଏ
ଆଉ ଭରିଦିଏ ଅଶାନ୍ତ ଛାୟା
ବେଳେ ବେଳେ ଦୁଃଖ ଭରା କାହାଣୀ ନେଇ
ରଚଇ ତାହାର କାୟା ।

