STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଯାହାକୁ ଯିଏ ରସିଲା

ଯାହାକୁ ଯିଏ ରସିଲା

1 min
334

ଆମେ କହିବାକୁ କିଏ,

ଯିଏ ଯାହାର ହେବ ସିଏ,

ମିଛେ କଣ୍ଟା ବାଡ଼େ ଲୁଗାକୁ ପକେଇ

ଝଗଡ଼ାର ବେଳ ନୁହେଁ,

ଦେଖ, ମଦ କୁକୁଡ଼ାର ବାସ୍ନା

ଖେଳି ଗଲା ଭୋଅଟ୍ ବାୟୂ ବହିଲା,

ବରଂ ଯାହା ହେଲା ଭଲ ହେଲା,

ଯାହାକୁ ଯିଏ ରସିଲା,

 ତାକୁ କିଆ ଫୁଲ ପରି ବାସିଲା ।


ଏଠି, ନୂଆ ସବୁ ଘଟୁଥାଏ,

ତମେ କହିବାକୁ କିଏ,

ହଜାରେ ଦୁର୍ନୀତି ଯା' ପିଠିରେ ଝୁଲେ

ଏଠାକାର ମୁଣ୍ଡି ସିଏ,

କହିପାରିବ କି ଯେତେ କାର୍ଯ୍ୟ କଲା

କିଏ ତାଙ୍କୁ ସମର୍ପିଲା,

ଯାହା ହେଲା ଭଲ ହେଲା,

ଯାହାକୁ ଯିଏ ରସିଲା -

ତାକୁ କିଆ ଫୁଲ ପରି ବାସିଲା ।


ବୁଝିଛି କି ଥରେ କିଏ,

ଏଠି ଭୂତ ବି ଆବାସ ପାଏ,

ହିତାଧିକାରୀଠୁଁ ଭିତୁରିଆ ଟଙ୍କା

କିଏ କେତେବେଳେ ନିଏ

କହିପାରିବ କି ଏହି ନିର୍ବାଚନେ

କେ ତାଙ୍କୁ ଟିକଟ ଦେଲା,

ଯାହା ହେଲା ଭଲ ହେଲା,

ଯାହାକୁ ଯିଏ ରସିଲା

ତାକୁ କିଆ ଫୁଲ ପରି ବାସିଲା ।


ଯିଏ, ଶୁଣେ ମୁଣ୍ଡେ ହାତ ଦିଏ,

ପ୍ରେମ, ଏହିଭଳି କ'ଣ ହୁଏ

ଜ୍ବାଇଁ ସଙ୍ଗେ ଶାଶୁ ରାସ ଲୀଳା କରି

ଚମ୍ପକ ମାରିକି ଡିଏଁ

ଗୁପ୍ତ ରହସ୍ୟ ଏ ମାଳିକାର ଭାଷ

ଦେଖ ଆଜି ସତ ହେଲା,

ଭାଇ ଯାହା ହେଲା ଭଲ ହେଲା,

ଯାହାକୁ ଯିଏ ରସିଲା

ତାକୁ କିଆ ଫୁଲ ପରି ବାସିଲା ।


ଆଜି କରୋନା ହୁକୁମ୍ ଦିଏ,

ଭୋଟ୍ ପ୍ରଚାର ବାରଣ ହୁଏ,

କିନ୍ତୁ,ଦିଆନିଆ ଧନ୍ଦା

ଭିତରେ ଭିତରେ

ଗିଅର ପକେଇ ଧାଏଁ

ହଁ,ତେଲିଆମୁଣ୍ଡରେ ତେଲଢଳାହେଲା

ଗରୀବ ସେମିତି ମଲା,

ଯାହା ହେଲା ଭଲ ହେଲା,

ଯାହାକୁ ଯିଏ ରସିଲା,

ତାକୁ କିଆ ଫୁଲ ପରି ବାସିଲା ।


ଯିଏ, ଛକ ବଜାରକୁ ଚାହେଁ,

ଫ୍ଲେକ୍ସ ବ୍ୟାନର ଯେ ଠାରୁଥାଏ,

ମାଛ,ଛତା, ସୂର୍ଯ୍ୟ,ନିକିତି, ଶଗଡ଼

ଚିହ୍ନେ ପାର୍ଟି ଲୁଚିଥାଏ

ଯିଏ ପାନକଲା ହରିନାମ ରସ

ସିଏ ତା'ମଜା ପାଇଲା

ତେଣୁ ଯାହା ହେଲା ଭଲ ହେଲା,

ଯାହାକୁ ଯିଏ ରସିଲା,

ତାକୁ କିଆ ଫୁଲ ପରି ବାସିଲା ।


ଆଜ୍ଞା, ମୁଁ କହିବାକୁ କିଏ,

ମୁଁ କୋଉ ଭଲ ଲୋକଟିଏ,

ଏହିଭଳି କଥା କହିବାରୁ ପରା

ସବୁଠିଁ ବିରୋଧୀ ହୁଏ।

ତଥାପି କହୁଛି ଭଲ ପ୍ରାର୍ଥୀ ବାଛ

ସେହି ବେଳ ଆସିଗଲା,

ରାଣ ପକେଇକି ଅନୁରୋଧ କରେ

କରିବ ନାହିଁ ଘୋଟାଲା,

ନଚେତ୍ ଭାବିବାକୁ ହେବ-

ଯାହା ହେଲା ଭଲ ହେଲା,

ଯାହାକୁ ଯିଏ ରସିଲା,

ତାକୁ କିଆ ଫୁଲ ପରି ବାସିଲା ।


Rate this content
Log in

Similar oriya poem from Comedy