ଇଏ କି ଷଡ଼ଯନ୍ତ୍ର
ଇଏ କି ଷଡ଼ଯନ୍ତ୍ର
ବାହାରିଲି ଦିନେ ପ୍ରିୟତମା ସାଥେ
ଈଚ୍ଛା ନେଇ ଆମୋଦର
ହାତରେ ହାତ ଛନ୍ଦି, ଛାଇରେ ଛାଇ ବାନ୍ଧି
ବଢ଼େଇଲି ଗତି ପାଦର ।
ମହାନଗରୀର ଚାକଚକ୍ୟରୁ
ରଙ୍ଗ ଟିକେ ଚୋରେଇ ନେଇ
ଆଗେଇଲି ଆନ୍ତରିକତା ର ସନ୍ଧାନରେ
ରସିିିିକିଆ ମନେ ଅଙ୍କୁର ଫୁଟେଇ ।
କୈଶୋରତା ମୋର ବିଚାରିଲା ବସିିିବାକୁ
ଯାଇ କୋଉ ପାର୍କର ଏକାନ୍ତ କୋଣରେ
ଦିବାନିଶି ମିଳନକୁ ଉପଭୋଗ କରିିିବାକୁ
ରାଜରାସ୍ତାର ଗହଳିିିଠୁ ଦୂରେ ।
ହେଲେ ପ୍ରିୟତମା ମୋର ଭାରି ସଂସ୍କାରୀ
ହାତ ଧରି ନେଲା ମନ୍ଦିରକୁ ଭିିିଡି
ଜୁହାର ଯିବାକୁ ଫୁୁୁୁସୁଲେଇଲା ଏମିତି
ମୁଁ ଗଲି ତା କଥାରେ ପଡି ।
ଏ କଳି ଯୁଗେ ପାଇଣ ସତୀ
ମଣିିିଲିି ନିଜକୁ ଭାଗ୍ୟବନ୍ତ ଜଣେ
ଏଟିିମ୍ଏ ଖରଚ କମ୍ ଯାର ବେଶି ପୂଜା ପିିରତି
ଶୁଣି ବୁୁୁୁଢ଼ୀ ମା ମୋର ହବ ଯେ ଖୁସି ଜାଣେ ।
ଆଳତି ଥାଳି ଧରି ମନ୍ଦିିରେ ପସିଲି
ନିବୁଜ ଆଖିରେ ହାତ ଦୁଇ ଯୋଡିଲି
ଆନନ୍ଦେ ଉତଫୁଲ୍ଲିତ ପାଦଠୁ କେଶ
କୃତଜ୍ଞତା ଜଣାଇବାକୁ ମସ୍ତକ ନୁୁଆଇଁଲିି ।
ପ୍ରାର୍ଥନା ସାରିିି ଯେବେ ସରାଗେ ଅଣେଇଲି
କେହି ନ ଥିଲା ପାସେ ମୋହରି
ଖୋଜି ଖୋଜି ନୟାନ୍ତ ପାଦୁକା ତାହାର
ପାହାଚେ ବସିଲି ଶେଶେ କ୍ଳାନ୍ତେ ମୁଣ୍ଡଧରି ।
ବାଜିଲା ଫୋନଟା ପ୍ରକମ୍ପିତ ହାତେ ମୋର
ସେପଟୁ ଭାସି ଉଠିଲା ସାବଲୀଳ ସ୍ୱର ତାର
ଘରୁ ବାହାରିବା କଷ୍ଟସାଧ୍ୟ ବୋଲି
ସାହାରା ଲୋଡିଥିଲା ମୋ ଭଳି ଧରମ ଭାଇର ।
ଯାଇଥିଲା ପଳାଇ ଆଉ କାହା ସାଥେ
ସଂସାର ଗଢିବାକୁ ସୁନ୍ଦର ସ୍ୱପ୍ନିଳ ପଥେ
କ୍ଷମା ଭିକ୍ଷା କରୁଥିଲା କାକୁତି ମିନତି ହୋଇ
ଠକି ନାହିଁ ଯେମିତି ମତେ ଗୋ ସତେ ।
ପାରୁ ନ ଥିଲି ବୁଝି ଇଏ କି ଷଡ଼ଯନ୍ତ୍ର
ଫୁଙ୍କି ଦେଲା କେଜାଣି ସିିଏ କି ମନ୍ତ୍ର୍ର
ମୋ ଭଳି ଚତୁୁର ଚଞ୍ଚଳ ଯୋଗ୍ୟ ପାତ୍ର
ଫସିଗଲା ତା'କଥାରେ ଜାଣିଥିଲା କି ସେ କିଛି ତନ୍ତ୍ର ।
