STORYMIRROR

DILIP KUMAR SAHOO

Comedy

3  

DILIP KUMAR SAHOO

Comedy

ଅସ୍ତହେବା ବେଳ

ଅସ୍ତହେବା ବେଳ

1 min
485

ଷାଠିଏ କି ସତେ ବୟସରେ ଲେଖା

ବାବୁ ଭାବୁଛନ୍ତି ବସି

 ଫଗୁଣ ବଖାଣେ ଫୁଲର କାହାଣୀ

ରଙ୍ଗିଲା ସପନ ନେସି


କଳିଯୁଗେ କାଳେ ଷାଠିଏ ରୁ ସତେ

ଜୀବନ ଆରମ୍ଭ ହୁଏ

ଯଉବନ ସିନା ହଜିଲା ଅତୀତ

ପ୍ରେମ ନିଶା ଝାଙ୍କିଦିଏ ।


ଅସ୍ତହେବା ବେଳ ଧର୍ମକର୍ମ କଲେ

କ୍ଷୟ ହୋଇଥାଏ ପାପ

ବାବୁତ କୁହନ୍ତି ଅକ୍ଷୟ ଅମର

ପୁଣ୍ୟମୟ ପ୍ରେମ ଗପ ।


ପ୍ରେମ ପରା ଶକ୍ତି ପ୍ରେମ ପରା ମୁକ୍ତି

ପ୍ରେମିକ ପଣରେ ବାବୁ

ସବୁଜ ସପନ ଦେଖୁଛନ୍ତି ହେଲେ

ବେମାରୀ କରନ୍ତି କାବୁ ।


 ଘରଣୀଙ୍କୁ ଏଣେ ଛୁଇଁଲେ ଛଅ ଗାଁ

 ଛୁଇଁ ବି ହେଉନି ଛୁଇଁ

 ନିଦ ପୁଣି ନିତି ବାଦ କରୁଅଛି

 ରାତି ପାହେ ଚେଇଁଚେଇଁ ।


 ମନ କଥା ବାବୁ କହିବେ କାହାକୁ

 କହିବାକୁ ଲାଗେ ଲାଜ

ଦେଖି ହେଉ ନାହିଁ ଦେଖେଇ ହେଉନି

ଅଜାଗା ଘାଆ ର ବୋଝ ।


ରଙ୍ଗିଲା ଡେଣାକୁ ଝାଡିଝାଡି ବାବୁ

ଭାବୁଛନ୍ତି ପ୍ରେମ ପକ୍ଷୀ

ବାବୁଙ୍କ ଉପରେ କାଳର ନଜର

ସମୟ ତରଟେ ଆଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy