STORYMIRROR

DILIP KUMAR SAHOO

Comedy

3  

DILIP KUMAR SAHOO

Comedy

ଭଲା ରାଜନୀତି ଭଲା

ଭଲା ରାଜନୀତି ଭଲା

1 min
256


ଭଲା ରାଜନୀତି ଭଲା

ଭାରି ଭଲ ଥିଲା ଗାଁ ଟି ଆମର

ଭାଗଭାଗ ହୋଇଗଲା ।

ଭୂଗୋଳ ପୋଥିରେ ଗାଁ ନାଁ ନାହିଁ 

ଭୋଟରଙ୍କ ନାଁ ବେଶି

ଭୋଓଟ ପାଇଁକି କୁଜିନେତା ମାନେ

ଭେଳିକି କରନ୍ତି ଆସି

ଭାଇଚାରା ନାହିଁ ,ଭାବ ଦେଲା ଧୋଇ

ଭାଇକୁ ଭଗାରୀ କଲା

ଭଲା ରାଜନୀତି ଭଲା...

ଝିଅ ବାହାଘର ପୁଅ ଜନ୍ମଦିନ

ହେଉ ଅବା ଷୋଳପୂଜା

ପୂହ୍ନେଇ ପରବ ଯାନିଯାତରାରେ

ରାଜନୀତି ହୁଏ ତାଜା

ନେତା ନକହିଲେ ଶବ ଉଠେ ନାହିଁ

ଶୁଦ୍ଧଘରେ ପଡେ ତାଲା 

ଭଲା ରାଜନୀତି ଭଲା....

ଭୋଅଟ ଆସିଲେ ଗାଁରେ ନିଇତି

ଉଛୁଳେ ମାଉଁଶ ମଦ

ନେତା ଓ ଚାମଚା ମାତାଲ ହୁଅନ୍ତି

ଭୋଟରଙ୍କ ହଜେ ନିଦ

ବିରୋଧୀ ମାନଙ୍କୁ ଟାହି କରୁଥାନ୍ତି

ଯେତେ ସବୁ ବତୀପେଲା

ଭଲା ରାଜନୀତି ଭଲା....

ସରକାରୀ ଦଳ ଲୋକମାନଙ୍କର

ଗାଁରେ ତ ବେଶି ଭାଉ

ବିରୋଧୀ ଦଳିଆ ସହି ପାରନ୍ତିନି

ଦିନରାତି ହାଉହାଉ

କୁଜି ନେତାଙ୍କର କଥାର କଷଣ

ସହିସହି ଦିନ ଗଲା

ଭଲା ରାଜନୀତି ଭଲା....

ଏବେ ପୁଣି ବଡ ବିଚିତ୍ର ଅବସ୍ଥା

ଲୋକେ ହେଉଛନ୍ତି କାବୁ

ଗୋଟିଏ ଦଳରେ ନେତାତ ଅନେକ

କାହାକୁ ଭୋଓଟ ଦବୁ !

କିଏସେ ନରମ କିଏସେ ଗରମ

ଚାଲୁଅଛି ବାଦିପାଲା 

ଭଲା ରାଜନୀତି ଭଲା....

ରାଜନୀତି ପାଇଁ ମଦୁଆଙ୍କ ସ°ଖ୍ୟା

ଗାଁରେ ବଢୁଛି ନିତି

ନେତାଙ୍କ ପାଇଁକି ଲୋକଙ୍କର ଆଉ

ଅନୀତି କୁ ନାହିଁ ଭିତି

ଗାଁ ଥିଲା ମୋର କେତେ ଭଲ ଆଜି

ହୁଏ ଖାଲି ହୋ ହଲ୍ଲା

ଭଲା ରାଜନୀତି ଭଲା....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy