ରସୁଆଳ କମଳା
ରସୁଆଳ କମଳା
ଇସ୍ ! କି ଲୋଭିଲା ନାରଙ୍ଗୀ କମଳା,
ତୁରନ୍ତ କରି ତୋତେ ଫୁଙ୍ଗୁଳା,
ତୃପ୍ତ ମନେ ଖାଏ କୋଲାକୁ କୋଲା ।
ଫଳ ତୁ ସବୁ ଋତୁୁର ,ଲାଗୁ ଭାରି ନିଜର,
କେତେକ ଖାଦ୍ୟର ପୁଣି ବେଷ୍ଟ ଫ୍ଲେବର ।
ସେ କାଳେ ମିିିଳୁ ବଡ ମହରଗେ ,
ଜର ହେଲେ ମା' ଖୁଆନ୍ତି ସରାଗେ ।
ତୋ ପାଇଁ ଲାଗେ କୋଲ୍ଡ ଡ୍ରିଂକ୍ସ ସୁଆଦ,
ବାପାଙ୍କୁ କରୁ ଅରେଞ ଚକଲେଟ୍ ବରାଦ ।
ତୋ'ଭାଇ ଖଟାରସ,ଲଙ୍କାଲୁଣେ ଫୁୁଟାଇ ଟାକରା;
ଖରାବେଳେ ଲୁୁୁଚି ଖାଇବା ମଜାଟା ନିଆରା ।
ଖାଆନ୍ତି କ୍ରିମ ବିସ୍କୁଟ, ଲଲିପପ୍ ବଳଇ ମନ ,
ବାଳକାଳ ଟିକେ ଫେରାନ୍ତେନି କି ଭଗବାନ! !
କେଡେ ସୁଆଦ ତୋ ଠାରେ ଭରିଛି ବିହି ,
ତୋ ବିନା ହବ ଯେ କଣ ପାରୁନି କହି ।
କେଯାଏ ଗୁଣ ବହିିିଛୁ ଲାଗେ ଅଚରଜ ,
ପିଇଲେ ରସ ତୋ , ମୁଖ ଦିଶେ ସତେଜ ।
ଖେଳାଳିଙ୍କର ଅଟୁ ତ ଅତି ଜରୁରୀ,
ତୋ ପାଇଁ ଖେଳୁଆଡପଣ ଆସେ ଉଭୁରି ।
ଆହେ ପ୍ରିିୟ କମଳା ,
ରଙ୍ଗଟା କେଡେ ଉଜ୍ଜଳା ।
କିଛି କମ୍ କାମର ନୁହଁ ଚୋପାଟି ତମ ;
ବାଟି ଲେପିଲେ ହୁଏ ତୋଫା ଟି ଚମ ।
ଉତ୍ପାଦିତ ହୋଇ ଶୀତଳ ପ୍ରଦେଶେ ;
ରପ୍ତାନୀ ହୁଅ ଯେ ଦେଶ ବିଦେଶେ ।
ଖରାଦିନେ ହେଲେ ଅରେଞ ସ୍କୁଆସ ଗିଲାସେ ,
ତନମନ ଆମ କେଡେ ଉଲ୍ଲାସେ ଭାଷେ ! ! ...