STORYMIRROR

purnami senapati

Abstract Children Stories Comedy

3  

purnami senapati

Abstract Children Stories Comedy

ଦୀପାବଳୀ

ଦୀପାବଳୀ

1 min
204


    

ଆଲୋକର ପର୍ବ ଦୀପାବଳୀ ଅଟେ

ପାଳିତ କାର୍ତ୍ତିକ ମାସେ

ବାଣ ଫୁଟାଇବେ ଦୀପ ଜଳାଇବେ

ସଭିଏଁ ପାଳନ୍ତି ହରଷେ ।।


ପ୍ରଭୁ ରାମଚନ୍ଦ୍ର ରାବଣ ବିନାଶି

ସୀତାଙ୍କୁ ଉଦ୍ଧାର କଲେ

ଲକ୍ଷ୍ମଣଙ୍କ ସାଥେ ସଭିଏଁ ଏକାଠି

ଅଯୋଧ୍ୟା ଗମନ କଲେ ।।


ଅଯୋଧ୍ୟାର ପ୍ରଜା ଆନନ୍ଦ ହୋଇଣ

ଲକ୍ଷେ ଦୀପାଳି ଜାଳିଲେ

ସେହିଦିନ ଠାରୁ କାର୍ତ୍ତିକର ଏହି ତିଥିକୁ

ଦୀପାବଳୀ ନାମ ଦେଲେ ।।


ଏହି ଦିନ ମଧ୍ୟ ବଡ ବଡୁଆଙ୍କୁ 

ପିଣ୍ଡ ଦାନ କରି ଥାଆନ୍ତି ।

କାଉଁରିଆ ଜାଳି ପିତୃ ପୁରୁଷଙ୍କ 

ଆଶିଷ କାମନା କରନ୍ତି ।।


ଆଲୋକର ପର୍ବ ଅନ୍ଧାର ନାଶିବ

ସଭିଙ୍କୁ ଜଣାଏ ଅଭିନନ୍ଦନ 

ମା ଶ୍ୟାମାକାଳୀ ସନ୍ତୋଷ ହୋଇବେ

ସବୁ ଦୁର୍ଗତି ହେବ ନାଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract