STORYMIRROR

purnami senapati

Children Stories

3  

purnami senapati

Children Stories

ମୁଁ ବ୍ରାହ୍ମଣ, ମୋ ଧର୍ମ ସନାତନ

ମୁଁ ବ୍ରାହ୍ମଣ, ମୋ ଧର୍ମ ସନାତନ

1 min
164


ମୁଁ ହେଲି ବ୍ରାହ୍ମଣ ବୋଲି 

  କରିଲ ଅପମାନ 

ମତେ ସାଧାରଣ କହି  

  କରିଲ ହିନୀମାନ।


ମୁଁ ସନାତନ ବୋଲି 

  ମତେ ନିଚ୍ଚ ଭାବିଲ 

ମୁଁ ଭଗବାନ ପୂଜା କରେ ବୋଲି 

  ମୋ ମନ୍ଦିର ଭାଙ୍ଗିଲ।


ହେଲେ ଜଳ ବାୟୁ ଆକାଶକୁ 

  ମୁଁ ପୂଜା କରେ 

ମାଆ ବାପା ଗୁରୁ ଗୁରୁଜନକୁ 

  ମୁଁ ପୂଜା କରେ 

ନଈ ନାଳ ପାହାଡ ପରବତ 

ମାଟି ଗଛ ପତର କାଷ୍ଠ ପଥର 

 ସଭିଙ୍କୁ ମୁଁ ପୂଜା କରେ।


ମୁଁ ବ୍ରାହ୍ମଣ ମୋ ଧର୍ମ ସନାତନ 

ସଭିଙ୍କୁ ପୂଜା କରିବା ମୋ କାମ 

ମୋ ଭଗବାନ ସବୁଠୁ ମହାନ 

ତା ପାଇଁ ଅଛି ଏ ଜନ ଜୀବନ। 


ଯାହାକୁ ପୂଜା କରିଲା ସନାତନ 

ତାହାକୁ ଭାଙ୍ଗିଲ ମୁରୁଖ ଜନ 

ଯଦି ଅଛି ତୁମ ଏତେ ତାକତ 

ଜଳ ବାୟୁ ଆକାଶ ଭାଙ୍ଗି ଦେଖ ତ।


ଗଛ ପତର କାଷ୍ଠ ପଥର 

ସବୁ ତ ମୋହର ଠାକୁର 

ହେଲେ ତାକୁ ଘୃଣା କଲେ ନାସ୍ତିକ 

ତାକୁ ଭାଙ୍ଗି ରୁଚି କରିଲେ ଦୂର 

ତା ବିନା ବଞ୍ଚିବ କି ନିଜ ଜୀବନ ପ୍ରବଞ୍ଚକ  

ତାହେଲେ କାହିଁକି ନାସ୍ତିକ ଘୃଣା କର  

ମୁଁ ପୂଜୁଥିବା ମୋ ଭକ୍ତି ଭାବର ଠାକୁର। 


ଛାଡ ତୁମ ଏ ନାସ୍ତିକ ଭାବନା 

ଦିଅନି କାହା ମନେ ଯାତନା  

ଆମେ ସମସ୍ତେ ଅଟୁ ମଣିଷ 

ଆମ ଭିତରେ ନାହିଁ ଭେଦଭାବ 

ଯିଏ ଯେଉଁ ଜାତିରେ ହେଉ ଜନମ 

ମଣିଷ ପଣିଆ ଅଟେ ଆମ କରମ 

ମାନବିକତା ଅଟେ ଆମ ଧରମ 

ଆମେ ସଭିଏଁ ଏକ ମାଆର ସନ୍ତାନ 

ଆମ ସଭିଙ୍କ ସମାନ ଅଟେ ପରାଣ 

ତେଣୁ ମୁଁ ହୋଇଥିବାରୁ ଏକ ବ୍ରାହ୍ମଣ 

ଭାବନି ମତେ ଏକ ସର୍ବ ସାଧାରଣ  

ଯିଏ ଯେଉଁ ଜାତିରେ ହେଇଥାଉ ଜନମ 

ଆସ ମିଳିମିଶି ସଭିଏଁ ସଭିଙ୍କୁ କରିବା ସମ୍ମାନ 

ଏକ ମାଳାର ଫୁଲ ପରି ବିତାଇବା ଆମ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍