STORYMIRROR

Amar Dalai

Comedy Drama Children

3  

Amar Dalai

Comedy Drama Children

ଭାବନା

ଭାବନା

1 min
201

ଆକାଶ ଛାତିରେ ଜହ୍ନ ଉଇଁଗଲେ

ମେଲିଯାଏ ଆଖି ପତl

ପରଦେଶୀ ମୁହିଁ ପରଦେଶେ ଆଜି 

ଭାବୁଛି ତୁମରି କଥା l

ବଗ ଉଡ଼ିଗଲେ ଦୂର ରାଇଜକୁ 

ବଗୁଲି ଝରାଏ ଲୁହ

ଆଜି ତୁମ କଥା ମନେ ପଡ଼ିଗଲେ

ହୃଦୟେ ଉଠୁଛି କୋହ l

ବାଘ ବୁଲୁଥିଲା ଅରଣ୍ୟ ଭିତରେ 

ଶିକାର କରିବା ପାଇଁ

ମୁଁ ଖୋଜୁଥିଲି ମୋ ମନ ଭିତରେ 

ତୁମକୁ ପାଇବା ପାଇଁ l

କେତେ ଯେ ଶାମୁକା ପାଦରେ ଦଳିଛି 

ଗୋଟିଏ ମୁକୁତା ପାଇଁ 

କେତେ ଯେ ଶ୍ରାବଣ ବିତେଇ ଦେଇଛି

ତୁମକୁ ପାଇବା ପାଇଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Amar Dalai

ଭାବନା

ଭାବନା

1 min ପଢ଼ନ୍ତୁ

Similar oriya poem from Comedy