STORYMIRROR

shenha kumari

Children Stories Comedy

3  

shenha kumari

Children Stories Comedy

ମନେ ରହିବେ କଲାମ୍

ମନେ ରହିବେ କଲାମ୍

1 min
194

ମଛୁଆରା ଘରେ ଜନମ ଲଭିଣ

ମହା ନାୟକ କର୍ମରେ

ପଙ୍କରୁ ପଦ୍ମ ଜାତ ହେଲା ପରି

ବିଭୂଷିତ ହେଲ ପଦ୍ମରେ


ଦକ୍ଷିଣ ଭାରତ ରାମେଶ୍ଵରମ୍ ଠାରେ

ଏ•ପି•ଜେ •ଅବଦୁଲ କଲାମ୍

ମୁସଲମାନ ପରିବାରେ ଜନ୍ମିତ ତୁମେ ହେ

ତୁମକୁ ମୋର ସଲାମ୍


ମାତା ଆସିଆମ୍ମା ପିତା ଜୈନୁଲାବଦ୍ଦୀନ

ନାଉରିଆ କୁଳ ରତ୍ନ

ଛୋଟ ବେଳୁ ଖବର କାଗଜ ବିକି ହେ

ବିଦ୍ୟାରେ ଲଗାଇ ମନ


ପଦାର୍ଥ ବିଜ୍ଞାନେ ଅଧ୍ୟୟନ ରତ

ନିଶା ଯାର ପଢିବାରେ

ନିଜ ବିବାହକୁ ଭୁଲିଯାଏ ଯିଏ

ରହି ଗବେଷଣାଗାରେ


ମାଡ୍ରାସ ଇନଷ୍ଟିଟିଚ୍ୟୁଟ ଟେକ୍ନୋଲଜି ଶିକ୍ଷା

ଇ°ଜିନିୟରି° ପାଠ ପଢି

ହୁଇଲ୍ ଦ୍ୱୀପର ମିଶାଇଲ୍ ମେନ୍

ଇସ୍ରୋ କର୍ମକ୍ଷେତ୍ର ଗଢି


ପୃଥ୍ୱୀ ଅଗ୍ନି ତ୍ରିଶୂଲ୍ ଆବିଷ୍କାର କରି

ନି଼ଃସ୍ୱାର୍ଥ ସେବା ଦେଶର

ବାଲାଷ୍ଟିକ଼ ମିଶାଇଲ୍ ଆହେ ବୈଜ୍ଞାନିକ

ସିଦ୍ଧହସ୍ତ ଯାହାଙ୍କର


ପଦ୍ମବିଭୂଷଣ ପଦ୍ମଭୂଷଣ ଭାରତରତ୍ନ 

ରାଷ୍ଟ୍ରପତି ବୈଜ୍ଞାନିକ

ଆକାଶ ପୃଥିବୀ ତତ୍ତ୍ଵ ସ°ଗ୍ରହରେ

ଡକ୍ଟର କଲାମ୍ ସିଦ୍ଧହସ୍ତ


୧୫-୧୦-୩୧ରେ ଜନ୍ମ ଯାହାଙ୍କର

ବାସଗୃହେ ରାମେଶ୍ୱରମ୍

୨୬-୭-୨୦୧୫ ମୃତ୍ୟୁଟି ତାଙ୍କର

କବରସ୍ଥଳ ରାମେଶ୍ୱରମ୍


ଧନ୍ୟ ଜନ୍ମଭୂମି ଧନ୍ୟ କର୍ମଭୂମି

ହିନ୍ଦୁ ଶାସ୍ତ୍ର ଗୀତା ଜ୍ଞାନ

ଭାରତ ଗୈାରବ ସାଧକ ସନ୍ନ୍ୟାସୀଙ୍କୁ

କୋଟି କୋଟି ମୋ ନମନ ।।



Rate this content
Log in