Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Comedy Romance Tragedy

3  

Lalita Mohan Dash

Comedy Romance Tragedy

ପରୀକ୍ଷା

ପରୀକ୍ଷା

1 min
199



ଏଇ ଶବ୍ଦ ଟିକୁ ଶୁଣିଲା

ମାତ୍ରକେ ମନରେ ବଡ ଭୟ ଆସେ ନ?

ହଁ ଅଜ୍ଞା ଭାରି ଡର ଲାଗେ l

ହେଲେ ଏ ପରୀକ୍ଷା ରୂପି ଶବ୍ଦଟି

ସମସ୍ତଙ୍କ ଜୀବନରେ ଆସିଥାଏ

ଏଥିରୁ କେହି ବି ବାଦ୍ ପଡନ୍ତି ନାହିଁ l

ସେ ନାରୀ ହେଉ କିମ୍ବା ପୁରୁଷ

ହଁ କେବଳ ଏତିକି ପାର୍ଥକ୍ୟ ଥାଏ

ଯେ ପୁରୁଷ ଭାଗରେ ଆସେ

ଅଥଳ ସାଗର ଉପରେ ସେତୁ ବାନ୍ଧିବାର

ପରୀକ୍ଷା l

ଧର୍ମରଜୟ କରିବାକୁ ଯାଇ ରକ୍ତ

ସମ୍ପର୍କୀୟ ମାନଙ୍କ ବିରୁଦ୍ଧରେ ଅସ୍ତ୍ର

ଧରିବାର ପରୀକ୍ଷା l

ନାରୀ ଟି ଭାଗରେ ଆସେ

ପତିର ପ୍ରାଣ ରକ୍ଷା କରିବାକୁ ଯାଇ

କାଳ କୁ ଜୟ କରି ବାର ପରୀକ୍ଷା

ବିନା ଦୋଷୋରେ ନାରୀରୁ ପଥର

ପାଲଟିବାର ଅଭିଶପ୍ତ ଜୀବନର l

ପରୀକ୍ଷା,,

ନିଜ ସତୀତ୍ବର ପ୍ରମାଣ ଦବାକୁ

ଯାଇସବୁଠୁ ବଡ ପରୀକ୍ଷାର ସନ୍ମୁଖୀନ

ହେବାକୁ ପଡିଥାଏ ନାରୀକୁ ସେ ହେଲା

ଅଗ୍ନୀ ପରୀକ୍ଷା l

ପରୀକ୍ଷା. ,,,, ପରୀକ୍ଷା,,,, ପରୀକ୍ଷା,,,,,,

ଯାହାର କେବେ ଅନ୍ତ ହିଁ ନାହିଁ

ଦିନେ ନା ଦିନେ ସମସ୍ତଙ୍କୁ ପରୀକ୍ଷାର

ସମ୍ମୁଖିନ ହେବାକୁ ହିଁ ହେବ ।


Rate this content
Log in

Similar oriya poem from Comedy