STORYMIRROR

Bhaskara Bharasagar

Children Stories Comedy Romance

3  

Bhaskara Bharasagar

Children Stories Comedy Romance

ବିବିଧତା ମଧ୍ୟେ ସ୍ଵାଧୀନତା

ବିବିଧତା ମଧ୍ୟେ ସ୍ଵାଧୀନତା

1 min
120


ଏକତା ଅଟଇ ଅମୂଲ୍ୟ ଶକ୍ତି 

ସବୁ ବନ୍ଧନରୁ ଦିଅଇ ମୁକ୍ତି 

ଏକତା ବଳରେ ବଳୀୟାନ ହୋଇ

ଅସାଧ୍ୟ ସାଧନ କରିବା ଯାଇ।୧।


ମରୁଭୂମିରେ ଯେ ଫୁଲ ଫୁଟିବ

ଗରିବର ସବୁ ଦୁଃଖ ହଟିବ 

ଏକତା ବଳରେ ଦେଶ ସ୍ଵାଧୀନ ହେଲା 

ବିଦେଶୀ ବିଚାର ସମାଧି ନେଲା ।୨।


ଭିନ୍ନତା ମଧ୍ୟରେ ଏକ ଜାତୀୟତା

ଜାତି,ଧର୍ମ, ବ6ର୍ଣ୍ଣଭାରତୀୟ ତା

ସତ୍ୟ ଶାନ୍ତି ଦୟା କ୍ଷମା ଗୁଣ

ଅନ୍ୟଠୁ ଆମକୁ କରେ ଭିନ୍ନ।୩।


ଶୂନ୍ୟ ଆକାଶରେ ସକାଳର ସୂର୍ଯ୍ୟ

ସୁନେଲୀ କିରଣ ଢାଳେ ମୁରୁଜ 

ମୁକ୍ତ ନିଲିମାକୁ ହାତ ଠାରେ

ବୁଝାଇ କହିବ ଇଙ୍ଗିତରେ ।୪।


ଦେଖାଇବାକୁ ନିଜ କ୍ଷମତା ,

ଚୂର୍ଣ୍ଣ, ବିଚୂର୍ଣ୍ଣ ସାମାଜିକ ଏକତା 

ଏକତା ହିଁ ବଳ ଏହା ନ ଭାବେ 

ଶୂନ୍ୟ ଆଶା ଫଳେ ତାର ଲବେ ।୫।


ଆଲୋକିତ କର ଜୀବନକୁ ରଙ୍ଗରେ 

ବର୍ଣ୍ଣ। ଲି ଭାରି ଯାଉ ଅଙ୍ଗ ଅଙ୍ଗରେ 

ଉଷା ଆବାହନ କର ମଙ୍ଗଳ ଲଗ୍ନେ,

ତୃପ୍ତି ଭରି ଯାଉ ଆନନ୍ଦିତ ମନେ ।୬।


କଥା କୁହେ ସତେ ଉତ୍କଳର ମାତା

କେତେ ବିଭବର ଗାଥା 

କଳାର ପ୍ରଜ୍ଞାତା ବର୍ଣ୍ଣମୟ ସୁଧା

ନଇ ଯାଏ ସଦା ମଥା ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍