ଶିଶୁ ଦିବସ
ଶିଶୁ ଦିବସ
1 min
201
ଶିଶୁ ଟି ହସିଲେ ଦୁନିଆ ହସେ
ଗୋଲାପ ଫୁଲ ଟି ବକ୍ଷରେ ଖୋସେ।
ପ୍ରେମର ପ୍ରତିକ ଗୋଲାପ ଫୁଲ
ଶିଶୁ ର ହସଟି ଅମୂଲ ମୂଲ।
ଦିନକର ଏକ ଘଟଣା ନେଇ
ଗୋଲାପ ଫୁଲ କୁ ଖୋସିଲେ ସେହି।
ଟିକି ଝିଅ ଟିଏ ଗୋଲାପ ନାଆଁ
ଗାଡି ଚକତଳେ ଉଡିଲା ସାହା ।
ଗାଡିର ଚାଳକ ଜବାହାରଲାଲ
ଦୁଃଖେ ଭାଙ୍ଗି ପଡି ହେଲେ ଅଥୟ ।
ଭଲ ପାଉଥିଲେ ଶିଶୁ ମାନଙ୍କୁ
ଗୋଲାପ ନାଆଁ ରେ ରଖି ଫୁଲକୁ ।
ନିଜ ଜନ୍ମଦିନ ପାଳନ ପାଇଁ
ଉତ୍ସର୍ଗୀତ କଲେ ଶିଶୁଙ୍କୁ ଦେଇ ।
ଆହ୍ଲାବାଦ ର ନାମଜାଦା ଓକିଲ
ମାତା ସ୍ୱରୂପା ପିତା ମୋତିଲାଲ।
ଭାରତ ର ପ୍ରଧାନମନ୍ତ୍ରୀ ପ୍ରଥମ
ଶାନ୍ତି ଦୂତ ରଖିଲେ ଦେଶର ନାମ ।
ନଭେମ୍ବର ଚଉଦ ଭୂଲିବା ନାହିଁ
ଶିଶୁ ମୂଖେ ଖୁସି ସଦା ମାନଇଁ।
ଶିଶୁ ର ମୂଖରେ ଦେଖିବା ହସ
ପ୍ରେମ ପୁଷ୍ପ ଭରା ଶିଶୁ ଦିବସ ।
