STORYMIRROR

Hemanta Kumar Nayak

Comedy

4  

Hemanta Kumar Nayak

Comedy

ଚାହିଁଥାରେ ଜଳକା

ଚାହିଁଥାରେ ଜଳକା

1 min
207

ମାଆ ଠୁ ଶିଖିଛି      ମଧୁର କଥା ମୁଁ

     ମୋ ଭାଷାର ନା ଓଡ଼ିଆ

ତମେ ଯୋଉ କଥା  କହୁଛ ମୋ ଆଗେ

    ସେ ଭାଷାଟା କୋଉ ଆଡୁଆ

     ଲାଗୁଅଛି ଭାରି ଅଡ଼ୁଆ

ମଧୁ ବର୍ଣ୍ଣବୋଧ     ପଢ଼ି ନାହଁ ବୋଧେ

     ଖାଇ ନାହଁ ବେତ ବାଡିଆ ।।


ମୋ ସାଥିରେ କଥା ହେବା ପାଇଁ ହେଲେ

     ଆଗ ଯାଆ ଅଙ୍ଗନୱାଡି

କେଡେ ଅପଦାର୍ଥ      ବାପା ମା'ଙ୍କୁ ତୁ

      ଡାକୁଅଛୁ ମମି,ଡାଡି

     ଯାଉନିରେ ରେଳ ମାଡ଼ି

ଆମ ଓଡ଼ିଶାର       ପାଣି ପବନରେ

      ଖାଇକି ଯାଇଛୁ ବଢ଼ି ।।


ବାପା,କି ତୋ ଦେଶୀ  ମାଆ ବିଦେଶୀନି

      ଫେଣ୍ଟାଫେଣ୍ଟି ହେଲୁ ତୁ

ଓଡ଼ିଆ ସାଥିରେ      ଅଡ଼ୁଆ କଥା କୁ

       ମିଶାଇ ମାରୁଛୁ ହୁଁ 

      ବୋକା କିରେ ଶଳା ମୁଁ

ବୋପାଠୁ ବୁଝିବୁ     ବିଦେଶୀ କେମିତି

      ଶୋଷି ଥିଲେ ହୁ...ହୁ ।।


ଯାଉନୁ ହାରାମି       ଦେଖିକି ଆସିବୁ

      ତାଙ୍କ ସ୍ବାଭିମାନ ପଣ

ଆମରି ଭାଷାକୁ      ତାଙ୍କରି ପାଟିରେ

      କହିବେ କେତୁଟା ଜଣ

      ଭାଙ୍ଗି ଯିବ ତୋର ଟାଣ

ମାତୃଭୂମି ମାତୃ-       ଭାଷାର ମମତା

       ଜାଣିବୁ ତାପରେ କ'ଣ ।।


ଜ୍ଞାନର ବିକାଶେ       ବହୁ ଭାଷା ଶିକ୍ଷା

      ମନା ନାହିଁ ମନା ନାହିଁ

କଥାରେ କଥାରେ      ବାରମିଶା କଥା

       କୁହ ନାହିଁ କୁହ ନାହିଁ

       ଓଡ଼ିଆ ଆମରି ପାଇଁ

ଭାବର ଆଦାନ        ପ୍ରଦାନ ପାଇଁ କି

      ଆମେ ପରା ଭାଇ ଭାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy