Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Comedy

4  

DILIP KUMAR SAHOO

Comedy

ନୂଆବର୍ଷ

ନୂଆବର୍ଷ

1 min
247



         

       ନୂଆ ବରଷ ହେ ନୂଆ ବରଷ

       ଘରଣୀଙ୍କ ଆଜି କଡା ଆଦେଶ

      ସହଳ ସହଳ ଶେଯ ଛାଡି ଯାଇ 

        ଆଣିବାକୁ ଭଲ ଖାସି ମାଉଁଶ

       ନୂଆ ବରଷ ହେ ନୂଆ ବରଷ ।

   

        ବରଷକ ପରେ ଏ ଶୂଭ ଦିନ

        ସ୍ବାଗତ ପାଇଁକି ଧରା ଉଛନ୍ନ

      ପହିଲି ଦିନରେ ଆଇଁଶ ନହେଲେ

        ବରଷଟା ସାରା ହେବ ହବିଷ

      ଘରଣୀଙ୍କ ଆଜି କଡା ଆଦେଶ ।


        ନୂଆ ବରଷରେ ମଧୁର ରଡି

       ରେଜେଇ ଭିତରୁ ମୁହଁକୁ କାଢି

       ଧାଇଁ ଯାଇ ବାବୁ ଆଇଁଶ ହାଟକୁ

       ଗହଳିକୁ ଦେଖି ହେଲେ ହତାସ

       ନୂଆ ବରଷ ହେ ନୂଆ ବରଷ ।

   

      ମଢ ପାଖେ ଯେହ୍ନେ ଚିଲ ଶାଗୁଣା

      ଲୋକମାନେ ଆଜି ହୁଅନ୍ତି ବଣା

     ଭଲଭେଲ କିଛି ଦେଖିବା ଆଗରୁ

      ଛେଳି ମେଣ୍ଢା ସବୁ ହୁଅନ୍ତି ଶେଷ

     ନୂଆ ବରଷ ହେ ନୂଆ ବରଷ ।


     ମାଉଁଶ ଦୋକାନୀ ସାଉଁଳି ନିଶ

      ମନ ଭରି ଆଜି ହସୁଛି ହସ

     ପଣେ ମାଈ ଛେଳି ବିକିବ ରିଖିଛି

      ଗରାଖଙ୍କୁ କହି ଖାସି ମାଉଁଶ

     ନୂଆ ବରଷ ହେ ନୂଆ ବରଷ ।


Rate this content
Log in