Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Comedy Drama

4  

Prabhati Mahapatra

Comedy Drama

ସବୁ ମାୟାରେ ବାୟା

ସବୁ ମାୟାରେ ବାୟା

1 min
234


ଆଜି ସକାଳେ ମୋ ମନ ଉଦାସ

ମୁହଁଟାରେ ନାହିଁ ଚେନାଏ ହସ ।

ପଚାରୁନ ମୋତେ କିସ ଯେ ହେଲା

ତୋ ଖୁସିକୁ କିଏ ଚୋରେଇ ନେଲା ।

ହଜିଗଲା କିବା ଅମୂଲ୍ୟ ଧନ 

ତେଣୁ ଶୁଖିଛି କି ଚନ୍ଦ୍ର ବଦନ ।

ନାହିଁରେ ନାହିଁରେ ମୋହରି ଭାଇ

ଏମିତି କୁହନିି ମୋ ମୁୁଖ ଚାହିଁ ।

ଆଜି ସକାଳେ ମୋ ମିତ ଭେଟିଲା

ବୋଲଇ ଦେଖେ ତୋ ଭାଗ୍ୟ ଘୁଞ୍ଚିଲା ।

ବୁଝି ପାରିଲିନି ତା ବାକ୍ୟବାଣ

ଅପାଚ୍ୟ କରିଣ ଦେଲା କଷଣ ।

ଖୋଲି କହିିିଲା ସେ ହସ ମଂଜୁୁୁଷା

ସେଥିରେ ରହିଛି ରହସ୍ୟ ଭାଷା ।

ବୋଲଇ ଲେଖୁୁୁଛୁ କବିତା ବସି

ଲାଇକ କମେଣ୍ଟ ଗଲାଣି ଖସି ।

ପଡିଶା ଘରକୁ ଥରେ ତୁ ଚାହାଁ

ସେ କେତେ ଉପରେ ତୁ ଅଛୁ କାହାଁ ।

ବେଶି କହିିିଲିନି କହିିିଲିି ପଦେ 

ଗାନ୍ଧାରୀ ଜୀବନ ପଡେ ବିପଦେ ।

ଶତ ପୁତ୍ର ତାର ହୋଇଲେ ଲୀନ

ଅଂହକାର କଲେ ନରୁହେ ଚିହ୍ନ ।

ପ୍ରୟୋଜନ ମୋର କୁନ୍ତୀର ଭାଗ୍ୟ

ପାଞ୍ଚୋଟି ସନ୍ତାନ ହୁଅନ୍ତୁ ଯୋଗ୍ୟ ।

ରଙ୍ଗମଞ୍ଚପାଇଁ ଦର୍ଶକ ଶତ

ପାଲା କୀର୍ତ୍ତନକୁ ପାଞ୍ଚ ପଣ୍ଡିତ ।

ଯେଉଁଠିି ଅଜ୍ଞାନୀ ସେଠି ବରଣ

ତେଣୁ ଚିନ୍ତାକର କେଉଁଠି ଜ୍ଞାନ ।

ବିିଷମ ସମସ୍ୟା ହୋଇଛି ଭାଇ

ମୁୁୁରଖ ଜନ ଯେ ହେଣ୍ଡି ମାରଇ ।

ବିିଦ୍ଵାନୀ ମଣ୍ଡଳୀ ବୁଝନ୍ତି ପରା

କିିଏ ସୀସା ଆଉ କିଏ ସେ ହୀରା ।


Rate this content
Log in

Similar oriya poem from Comedy